Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କରମଣ୍ଡଳ ୧୨୮ କିମି ତ ଯଶବନ୍ତପୁର ଏକ୍ସପ୍ରେସ୍‌ର ସ୍ପିଡ୍ ଥିଲା ଘଣ୍ଟା ପ୍ରତି ୧୨୬ କିମି, କେମିତି ହେଲା ଦୁର୍ଘଟଣା; ରେଲଓ୍ଵେ ଦେଲା ବିସ୍ତୃତ ତଥ୍ୟ

4/06/2023 at 5:13 PM

ନୂଆଦିଲ୍ଲୀ: ବାଲେଶ୍ଵରର ବାହାନଗାରେ ଘଟି ଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ରେଲଓ୍ଵେ ବୋର୍ଡ ତରଫରୁ ରବିବାର ପ୍ରେସ୍ କନଫରେନ୍ସ କରାଯାଇ ଘଟଣାର ସଂପୂର୍ଣ୍ଣ ତଥ୍ୟ ରଖାଯାଇଛି। ରେଲଓ୍ଵେ ବୋର୍ଡର ସଦସ୍ୟ ଜୟା ବର୍ମା କହିଛନ୍ତି କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି। ସିଗ୍ନାଲ୍‌ରେ କିଛି ତ୍ରୁଟି ରହିଥିଲା, ଫଳରେ ଏତେ ବଡ଼ ଦୁର୍ଘଟଣା ଘଟି ଯାଇଛି। ସର୍ବପ୍ରଥମେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ କରାଯାଇଥିଲା। ଏହା ପରେ ମରାମତି ପ୍ରକ୍ରିୟା ଆରମ୍ଭ କରାଗଲା ବୋଲି ଜୟା ବର୍ମା କହିଛନ୍ତି।

ସେ କହିଛନ୍ତି ଜୁନ ୨ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ବାଲେଶ୍ଵର ଜିଲ୍ଲାର ବାହାନଗା ବଜାର  ରେଲଓ୍ଵେ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଏହି  ଷ୍ଟେସନ ଦେଇ ୨ଟି ଏକ୍ସପ୍ରେସ୍‌ ଟ୍ରେନ ଭିନ୍ନ ଭିନ୍ନ ଦିଗରେ ଯିବାର ଥିଲା। ଷ୍ଟେସନରେ ୨ଟି ମେନ୍ ଲାଇନ୍ ରହିଛି, ଯେଉଁଥିରେ ଟ୍ରେନ ବିନା ଷ୍ଟପେଜରେ ଗତି କରିଥାଏ ଏବଂ ଉଭୟ ମେନ ଲାଇନର ପାର୍ଶ୍ଵରେ ୨ଟି ଲୁପ୍ ଲାଇନ ରହିଛି ଯେଉଁଠାରେ ଟ୍ରେନକୁ ଅଟକା ଯାଏ।

Causes behind Balasore Train Accident Tragedy must be Probed by Competent  Agency | Communist Party of India (Marxist-Leninist) Liberation

ଲୁପ୍ ଲାଇନ୍‌ରେ ଛିଡ଼ା ହୋଇଥିଲା ୨ଟି ଟ୍ରେନ

ରେଲଓ୍ଵେ ବୋର୍ଡ ଅନୁଯାୟୀ, ଲୁପ୍ ଲାଇନ୍‌ରେ ୨ଟି ମାଲଗାଡ଼ି ଛିଡ଼ା ହୋଇଥିଲା। ଯଦ୍ଵାରା ମେନ ଲାଇନରେ ବିନା ଷ୍ଟପେଜ୍‌ର ଟ୍ରେନ ଯାଇ ପାରିବ। ଚେନ୍ନାଇ ତରଫରୁ କୋଲକାତା ଅଭିମୁଖେ ଯଶବନ୍ତପୁର ଏକ୍ସପ୍ରେସ୍ ଗତି କରୁଥିଲା। ଏହି ଟ୍ରେନ କରମଣ୍ଡଳର କିଛି ସେକେଣ୍ଡ ପୂର୍ବରୁ ଆସୁଥିଲା।

ବୀପରିତ ଦିଗରୁ କରମଣ୍ଡଳ ଏକ୍ସପ୍ରେସ୍ ସାଲିମାର ଷ୍ଟେସନରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। ଏଥିପାଇଁ ଗ୍ରୀନ ସିଗ୍ନାଲ ରହିଥିଲା ଏବଂ ସବୁ କିଛି ଠିକ୍ ଥିଲା। ଟ୍ରେନ ଓଭରସ୍ପିଡ୍ ନଥିଲା ଏବଂ ପାଇଲଟ୍‌ଙ୍କୁ ଗ୍ରୀନ ସିଗ୍ନାଲ ଦେଖା ଯାଉଥିଲା, ଏଥିପାଇଁ ଟ୍ରେନ ସିଧା ଯିବାର ଥିଲା।

You cal also read- ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟୀକ ରଙ୍ଗ ଦେବା ଉଦ୍ୟମ ପରେ ଆକ୍ସନରେ ଓଡ଼ିଶା ପୋଲିସ, ଦୃଢ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଗ୍ରୀନ ସିଗ୍ନାଲର ଅର୍ଥ ଡ୍ରାଇଭରଙ୍କୁ ନିଜର ନିର୍ଦ୍ଧାରିତ ସ୍ପିଡ ଅନୁସାରେ ବିନା ଷ୍ଟପେଜରେ ଗତି କରିବାର ଥିଲା। ତେଣୁ କରମଣ୍ଡଳ ଘଣ୍ଟା ପ୍ରତି ୧୨୮ କିଲୋମିଟର ବେଗରେ ଗତି କରୁଥିଲା। ବୀପରିତ ଦିଗରୁ ଆସୁଥିବା ଯଶବନ୍ତପୁର ଏକ୍ସପ୍ରେସ୍‌ ମଧ୍ୟ ଘଣ୍ଟା ପ୍ରତି  ୧୨୬ କିଲୋମିଟଗ ବେଗରେ ଯାତ୍ରା କରୁଥିଲା। ପାଇଲଟ୍‌ଙ୍କୁ ଗ୍ରୀନ ସିଗ୍ନାଲ ଦେଖାଯାଉଥିଲା ତେଣୁ ଯଶବନ୍ତପୁର ଏକ୍ସପ୍ରେସକୁ ସିଧା ଯିବାର ଥିଲା।ହେଲେ କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଏହାର ବଗି ଲାଇନଚ୍ୟୁତ୍  ହୋଇ ଅନ୍ୟ ଲାଇନକୁ ଯାଇଥିଲା। ଠିକ୍ ଏହି ସମୟରେ ଅନ୍ୟ ଲାଇନ୍‌ରେ ଗତି କରୁଥିବା ଯଶବନ୍ତପୁର ଏକ୍ସପ୍ରେସ୍‌ର ଶେଷ ୨ଟି ବଗି ସହ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ଯାଇ ଧକ୍କା ହୋଇଥିଲା।

odisha train accident death toll: Odisha triple train crash: Death toll  climbs to 288, around 900 injured; PM Modi reaches accident site - The  Economic Times

୩୬ ଘଣ୍ଟା ହେବ ଘଟଣାସ୍ଥଳରେ ଅଛନ୍ତି ରେଲଓ୍ଵେ ମନ୍ତ୍ରୀ

ରେଲଓ୍ଵେ ବୋର୍ଡର ସଦସ୍ୟ କହିଛନ୍ତି, ରେଳ ମନ୍ତ୍ରୀ ଗତ ୩୬ ଘଣ୍ଟା ହେବ ଘଟଣାସ୍ଥଳରେ ଅଛନ୍ତି ଏଂ ସବୁ ପ୍ରକାରର ଅପରେସନ ଏବଂ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରୁଛନ୍ତି। ପ୍ରାରମ୍ଭିକ ତଦନ୍ତ ପରେ ଯେଉଁ କାରଣ ସାମ୍ନାକୁ ଆସୁଛି ସେଥିରେ ସିଗ୍ନାଲରେ କୌଣସି ତ୍ରୁଟି ଦେଖିବାକୁ ମିଳିଛି। ରେଲଓ୍ଵେ ସେଫଟି କମିଶନରଙ୍କ ନୀରିକ୍ଷଣରେ ତଦନ୍ତ ଚାଲିଛି। ତେଣୁ ତଦନ୍ତ ନ ସରିବା ଯାଏ ବିଶେଷ କିଛି କୁହାଯାଇ ପାରିବ ନାହିଁ।

ରେଲଓ୍ଵେ ବୋର୍ଡ କହିଛି, କେବଳ କରମଣ୍ଡଳ ଏକ୍ସପ୍ରେସ୍ ହିଁ ଦୁର୍ଘଟଣାର ଶିକାର ହୋଇଛି, ଏହାକୁ ସମସ୍ତେ ବୁଝିବା ଉଚିତ୍। ଏହା କହିବା ଭୁଲ୍ ହେବ ଯେ ଏକାଧିକ ଟ୍ରେନ ମଧ୍ୟରେ ଧକ୍କା ହୋଇଛି। ତେବେ କେଉଁ କାରଣରୁ କରମଣ୍ଡଳ ଦୁର୍ଘଟଣାର ଶିକାର  ହେଲା ଏହାର ତଦନ୍ତ ଜାରି ରହିଛି। 

Engine drivers, guards of 2 trains injured in Odisha train accident |  Deccan Herald

ଜୟ ବର୍ମା କହିଛନ୍ତି, କରମଣ୍ଡଳ ଏକ୍ସପ୍ରେସ୍ ବହୁତ ସୁରକ୍ଷିତ ଟ୍ରେନ ଏବଂ ସାଧାରଣତଃ ଏହା ଓଲଟେ ନାହିଁ। ଏହି କେସ୍‌ରେ ଟ୍ରେନ ଯେଉଁ ସ୍ପିଡରେ ମାଲଗାଡ଼ିକୁ ଧକ୍କା ଦେଲା ଦୁନିଆର ଏମିତି କୌଣସି ଟେକ୍ନୋଲୋଜି ନାହିଁ ଯିଏ ଏହାର ପ୍ରଭାବକୁ ଏଡ଼ାଇ ଦେଇ ପାରିବ। ଲୁହାପଥରରେ ମାଲଗାଡ଼ି ଭର୍ତ୍ତି ଥିବାରୁ ଟ୍ରେନଟି ଲାଇନରେ ଦୃଢ ଭାବେ ଛିଡ଼ା ରହିଥିଲା ଏବଂ ଏହାର ସମସ୍ତ ଭାର କରମଣ୍ଡଳ ଏକ୍ସପ୍ରେସ ଉପରେ ପଡ଼ିଥିଲା।

You cal also read- ବାହାନଗା ଟ୍ରେନ୍‌ ଟ୍ରାଜେଡି: ପୁନଃରୁଦ୍ଧାରରେ ଲାଗିଛନ୍ତି ୧ ହଜାର ଶ୍ରମିକ, ୯୦ ଟ୍ରେନ୍‌ ବାତିଲ୍‌ ସହ ୪୬ ରୁଟ୍‌ ପରିବର୍ତ୍ତନ

 ମାଲଗାଡ଼ି ସହ ଧକ୍କା ହେବା କାରଣରୁ କରମଣ୍ଡଳ ଏକ୍ସପ୍ରେସର ବଗି ଲାଇନଚ୍ୟୁ୍ ହୋଇ ଏପଟ ସେପଟ୍ ଛିଟିକି ପଡ଼ିଥିଲା। କିଛି ବଗି ଡାଉନ ଲାଇନ୍‌ରେ ଯାଉଥିବା ଯଶବନ୍ତପୁର ଏକ୍ସପ୍ରେସ୍‌ର ଶେଷ କିଛି ବଗି ସହ ମାଡ଼ ହୋଇଥିଲା।ଆଉ ଯଶବନ୍ତପୁରର ବଗି ଲାଇନଚ୍ୟୁତ୍ ହୋଇଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା ବୋଲି ରେଲଓ୍ଵେ ବୋର୍ଡ ତରଫରୁ କୁହାଯାଇଛି।

   Related Posts