Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାଉଥ୍‌-ଇଷ୍ଟର୍ଣ୍ଣ ରେଲଓ୍ବେର ରାଜା, କାହିଁକି ଟ୍ରେନର ନାଁ ‘କରମଣ୍ଡଳ’

6/06/2023 at 11:09 AM

ନୂଆଦିଲ୍ଲୀ ୦୬।୦୬: ଭାରତୀୟ ରେଳ ଇତିହାସରେ କଳାଦିନ । ଦିଆସିଲି ଖୋଳ ଭଳି ଛିନଛତ୍ର ହୋଇପଡିଥିଲା ଦୁର୍ଘଟଣାଗସ୍ତ ଟ୍ରେନ୍‌ର ବଗି । ଏଣେତେଣେ ଗଦେଇ ହୋଇ ପଡିଥିଲା କୁଢ କୁଢ ଶବ । କାନ୍ଧ ବୋବାଳିରେ ଫାଟିପଡୁଥିଲା ଯାତ୍ରୀଙ୍କ ଚିତ୍କାର । ବାଲେଶ୍ବର ବାହାନଗାରେ ଓଲଟି ପଡିଥିଲା କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନ୍ ଟ୍ରାଜେଡି ସାରା ଦେଶକୁ ଖାଲି ତଟସ୍ଥ କରିନି  ବରଂ ସାରା ବିଶ୍ବରେ ପକାଇଥିଲା ଚହଳ । ତେବେ କାହିଁକି ହୋଇଛି ଏହି ଟ୍ରେନର ନାଁ କରମଣ୍ଡଳ । ଆସନ୍ତୁ ଜାଣିବା…

ସମ୍ପୂର୍ଣ୍ଣ ପୂର୍ବ ଉପକୂଳ ବା ବଙ୍ଗୋପସାଗର ଉପକୂଳକୁ କୁହାଯାଏ କରମଣ୍ଡଳ । ସେଥିପାଇଁ ଏହି ଟ୍ରେନ୍‌ର ନାମ ରଖା ଯାଇଛି କରମଣ୍ଡଳ ଏକ୍ସପ୍ରେସ୍‌ । କାରଣ ଏହା ସମ୍ପୂର୍ଣ୍ଣ ଭାବେ କରମଣ୍ଡଳ ଉପକୂଳକୁ ଅତିକ୍ରମ କରେ । କୁହାଯାଏ ତାମିଲନାଡୁର ମହାନ ଚୋଳ ରାଜବଂଶ ଦ୍ବାରା ଶାସିତ ଜମିକୁ ଚୋଳମଣ୍ଡଳମ କୁହାଯାଏ । କରମଣ୍ଡଳ ଶବ୍ଦଟି ଏହିଠାରୁ ହିଁ ଆସିଛି । ଦେଶର ପୂର୍ବ ଉପକୂଳକୁ କରମଣ୍ଡଳ କୋଷ୍ଟ କୁହାଯାଏ । ସେଥିପାଇଁ ଏହି ଟ୍ରେନର ନାମ ରଖାଯାଇଛି କରମଣ୍ଡଳ ଏକ୍ସପ୍ରେସ  ।  ଏହି ଟ୍ରେନ ସମଗ୍ର କରମଣ୍ଡଳ ତଟ ଦେଇ ଗତି କରେ । 

ଟ୍ରେନ୍ ଦକ୍ଷିଣ ପୂର୍ବ ରେଳ ଜୋନର ଏକ ଅଂଶ ଯାହାକି ପୂର୍ବରୁ ବଙ୍ଗଳା ନାଗପୁର ରେଳ ନାମରେ ଜଣାଶୁଣା । ଏହି ଟ୍ରେନ୍ ୨୫ ଘଣ୍ଟା ୩୦ ମିନିଟରେ ୧୬୬୨ କିଲୋମିଟର ଯାତ୍ରା ସମାପ୍ତ କରେ । ଏହାର ସର୍ବାଧିକ ଗତି ହେଉଛି ୧୩୦ କିଲୋମିଟର । ଶାଲିମାରରୁ ଚେନ୍ନାଇ ଯାତ୍ରା କରିବା ସମୟରେ ଏହାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ । ଏହି ଟ୍ରେନକୁ ଦକ୍ଷିଣ ପୂର୍ବ ରେଳର କିଙ୍ଗ ମଧ୍ୟ କୁହାଯାଏ  । ଏହା ଭାରତୀୟ ରେଳବାଇର ସର୍ବପ୍ରଥମ ସୁପରଫାଷ୍ଟ ଟ୍ରେନ୍ । କୋଲକାତାରୁ ଚେନ୍ନାଇ ଯାଉଥିବା ଅଧିକାଂଶ ଯାତ୍ରୀଙ୍କର ଏହା ପ୍ରଥମ  ପସନ୍ଦ । ଏହି ଟ୍ରେନ୍ ବର୍ଷସାରା ପ୍ୟାକ୍ ହୋଇ ରହିଥାଏ ।

ପ୍ରଥମେ ଏହି ଟ୍ରେନ୍‌ ହାଓଡ଼ାରୁ ଚେନ୍ନାଇ ଚାଲୁଥିଲା । ତେବେ ଗତ ବର୍ଷ ଜାନୁଆରୀ ମାସରୁ ଏହି ଟ୍ରେନ୍‌ ଶାଲିମାରରୁ ଚେନ୍ନାଇ ଯାତ୍ରା କରୁଛି । ୧୯୭୭ରେ ଏହାର ଶୁଭାରମ୍ଭ ହୋଇଥିଲା । ପ୍ରଥମେ କେବଳ ବିଜୟଓ୍ଵାଡ଼ା, ବିଶାଖାପାଟଣା ଏବଂ ଭୁବନେଶ୍ୱରରେ ଅଟକୁ ଥିଲା । ପୁଣି ସପ୍ତାହକୁ ମାତ୍ର ଦୁଇଥର ଚାଲୁଥିଲା । ମାତ୍ର ସାଢ଼େ ୨୩ ଘଣ୍ଟାରେ ପୂରା ଦୂରତା ଅତିକ୍ରମ କରୁଥିଲା । ପରବର୍ତ୍ତୀ ସମୟରେ ଅଧିକ ଷ୍ଟେପେଜ୍‌ ଯୋଗୁଁ ଏହାର ପହଞ୍ଚିବା ସମୟ ତିନି ଘଣ୍ଟା ବିଳମ୍ବ ହେଲା । ଅର୍ଥାତ୍‌ ଏବେ ୨୬ ଘଣ୍ଟାରେ ପହଞ୍ଚୁଛି । ଏହାକୁ ସାଉଥ୍‌-ଇଷ୍ଟର୍ଣ୍ଣ ରେଲେଓ୍ଵର ରାଜା ବୋଲି କୁହାଯାଏ । You Can Read:

   Related Posts