Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁପ୍ରିମକୋର୍ଟରେ ବାହାନଗା ଟ୍ରେନ୍ ଟ୍ରାଜେଡି; ‘କବଚ’ ସିଷ୍ଟମ୍ ଶୀଘ୍ର ଲାଗୁ କରିବାକୁ ଆବେଦନ

4/06/2023 at 2:41 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ବାହାନଗା ଟ୍ରେନ୍ ଟ୍ରାଜେଡି । ଦୁର୍ଘଟଣା ରୋକିବା ନେଇ ହୋଇଥିବା ‘କବଚ’ ସିଷ୍ଟମକୁ ଶୀଘ୍ର ଲାଗୁକରିବା ନେଇ ସର୍ବୋଚ୍ଚ ଅଦାଲତରେ ଆବେଦନ ହୋଇଛି । ଆଇନଜୀବୀ ବିଶାଳ ତିଓ୍ବାରୀ ଏନେଇ ଏକ ଯାଚିକା ଦାଖଲ କରିଛନ୍ତି । ଶୀଘ୍ର ‘କବଚ’ ସିଷ୍ଟମକୁ ଲାଗୁ କରିବାକୁ ସେ ଦାବି କରିଛନ୍ତି ।  ଏହା ସହିତ ଏହି ଦୁର୍ଘଟଣାର ତଦନ୍ତ ପାଇଁ ପୂର୍ବତନ ଜର୍ଜଙ୍କୁ ନେଇ ଏକ ଆୟୋଗ ଗଠନ କରିବାକୁ ଗୁହାରି କରିଛନ୍ତି । ସେହିପରି ରେଲଓ୍ବେ ସୁରକ୍ଷାକୁ ନେଇ ବିଶେଷ କମିଟି ଗଠନ କରି ତଦନ୍ତ କରିବାକୁ ଜନସ୍ବାର୍ଥ ମାମଲାରେ ଉଲ୍ଲେଖ ରହିଛି ।

ସେପଟେ ଓଡ଼ିଶାରେ ପହଞ୍ଚି ଏମସ୍ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଉଭୟ ମେଡିକାଲରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଦୁର୍ଘଟଣାରେ ହଜାରେରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଆବଶ୍ୟକ ପଡିଲେ ଲୋକଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନ୍ତାରଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ବାହାନଗା ଦୁର୍ଘଟଣା ପରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଡାଉନ୍ ମେନ୍ ଲାଇନ୍ କାମ ଶେଷ ହୋଇଛି । ଲୁପ୍ ଲାଇନ କାମ ଚାଳିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ରହି ତଦାରଖ କରୁଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି, ଟ୍ରେନ୍ ଟ୍ରାଜେଡି ତଦନ୍ତ ଶେଷ ହେବା ପରେ ସ୍ପଷ୍ଟ ହୋଇଛି । ଧାରଣରେ ଇଲେକ୍ଟ୍ରୋନିକ୍ ଇଣ୍ଟର ଲକିଂ ସିଷ୍ଟମରେ ତ୍ରୁଟି ରହିଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ଦୋଷୀ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ରେଳ ସେଫ୍ଟି କମିଶନର ରିପୋର୍ଟ ଦାଖଲ କରିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

   Related Posts