ଦିନକୁ ଦିନ କରୋନା ସ୍ଥିତି ସାଂଘାତିକ ହେଲାଣି, ସତର୍କ କରାଇଲା ଆମେରିକାର ଫେଡେରାଲ ହେଲଥ୍ ଅଫିସିଆଲସ

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ୨୬/୨: କରୋନା  ସ୍ଥିତି ଦିନକୁ ଦିନ ସାଂଘାତିକ ହେବାକୁ ଯାଉଛି । ଆମେରିକାର ଫେଡେରାଲ ହେଲଥ  ଅଫିସିଆଲସ ସତର୍କ କରାଇ ଦେଇଛନ୍ତି। ଏବେ କରୋନା ଚୀନ ବାହାରେ ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଭୟ ସୃଷ୍ଟି କଲାଣି । ବର୍ତ୍ତମାନ ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା ୨୭ଶହ ଟପିଥିବା ବେଳେ ବିଶ୍ବବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ହେଲାଣି ।  ଚୀନ ଭିନ୍ନ ଇରାନ, ଇଟଲି , ଫ୍ରାନସ , ଜାପାନ, ଦକ୍ଷିଣ କୋରିଆରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଜାପାନ, ଫ୍ରାନସରେ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି।ଜାପାନରେ ଏଯାଏଁ କରୋନାରେ ଆକ୍ରାନ୍ତ ହୋଇ ୩ ଜଣ ପ୍ରାଣ ହରାଇଲେଣି । 

ଆମେରିକାରେ ଏପର୍ଯ୍ୟନ୍ତ ୫୭ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାରୁ ସେଠାରେ କରୋନାକୁ ନେଇ ଜରୁରୀ ସ୍ଥିତି ଘୋଷଣା କରାଯାଇଛି ।  ବିଶ୍ବର ୭୦ ପ୍ରତିଶତ ଭାଗକୁ କରୋନା ବ୍ୟାପିଯିବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ଏଥିସହିତ ଏହି ରୋଗର ଏପର୍ଯ୍ୟନ୍ତ କୌଣସି ଟୀକା ଉଦଭାବନ ହୋଇନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.