ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରାତିଅଧରେ ଗହଣା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ୧୫ ଲକ୍ଷର ସାମଗ୍ରୀ ଚୋରି ଅଭିଯୋଗ

30/09/2022 at 8:55 PM

ବଲାଙ୍ଗୀର ୩୦/୦୯: ବଲାଙ୍ଗୀର ଡେଲି ମାର୍କେଟ ରୋଡରେ ଥିବା ଏକ ସୁନା ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ଉପର ଟିଣ ଆଜବେଷ୍ଟ କାଟି ଚୋରମାନେ ଦୋକାନରେ କଳାକନା ବୁଲାଇଛନ୍ତି। ଡେଲି ମାର୍କେଟ ରୋଡରେଥିବା ଅଙ୍ଗଶ୍ରୀ ଜ୍ୱେଲର୍ସ ନାମକ ଦୋକାନକୁ ଚୋରୀ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଚୋରମାନେ ଆସି ପ୍ରଥମେ ଦୋକାନ ତାଲା ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହେବାରୁ ଦୋକାନ ଛାତରେ ଲାଗିଥିବା ଟିଣ ଚାଦର କାଟି ଦୋକାନ ଭିତରକୁ ପସିଥିଲେ।

ପରେ ଦୋକାନରୁ ସୁନା ଗହଣା, ଓଜନ ମେସିନ ଓ ଅନ୍ୟସମସ୍ତ ଜିନିଷ ଚୋରୀ ହୋଇଥିବା ଦୋକାନ ମାଲିକ ବିକର୍ମା ନନ୍ଦ ସାହୁ ଅଭିଯୋଗ କରିଛନ୍ତି। ଏନେଇ ଟାଉନ ପୁଲିସକୁ ଖବର ଦେଲା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଚୋରୀ ସାମଗ୍ରୀର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି। ଏହା ପୂର୍ବରୁ ମଧ୍ୟ ଏହି ଦୋକାନରୁ ସୁନା ଗହଣା ଚୋରୀ ହୋଇଥିଲା। ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି l ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

   Related Posts