କାର୍‌ରୁ ୧୪ଶହ କୋରେକ୍ସ ବୋତଲ ଜବତ, ୨ ଗିରଫ

Published By : Prameya-News7 Bureau | September 20, 2019 IST

ପଦ୍ମପୁର ୨୦।୯: ନିଶା କାରବାର ଚଳାଉଥିବା ଏକ ବଡ଼ ର୍ୟାକେଟକୁ ଧରିବାରେ ସଫଳ ହୋଇଛି ପାଇଲମାଲ ପୋଲିସ । ପାଇକମାଲ ଥାନା ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ ୧୪ଶହ ବୋତଲ କୋରେକ୍ସ ଜବତ କରିଛି ପୋଲିସ ।

ଜବତ କୋରେକ୍ସର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା । ଦୁଇ ଜଣଙ୍କୁ ଗିରଫ କରିବା ସହ କାର୍ କୁ ଜବତ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ତନାଘନା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.