ପରାଜୟର କାରଣ ଖୋଜୁଛି ବିଜେପି, ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ବୈଠକ
9/06/2019 at 12:27 PM

ଭୁବନେଶ୍ବର ୯|୬: ପରାଜୟର କାରଣ ଖୋଜୁଛି ବିଜେପି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସିଥିବା ବେଳେ ରାଜ୍ୟରେ ବିଜେପିର ପରାଜୟ ନେଇ ସମୀକ୍ଷା ହେଉଛି । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜୟ ମହାପାତ୍ର ଓ କେଭି ସିଂଦେଓ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ଓଡ଼ିଶାରେ କାହିଁକି ମିଶନ ୧୨୦ ପ୍ଲସ୍ ଫେଲ୍ ମାରିଲା ସେନେଇ ବୈଠକରେ ଚର୍ଚ୍ଚା ଚାଲିଛି । ସେପଟେ ବିଜେପୁର ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ସନେଇ ମଧ୍ୟ ଆଲୋଚନା ହୋଇଛି । ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।
ସେପଟେ ପ୍ରଦୀପ କହିଛନ୍ତି ମୋ ଘର ଗାଇସିଲେଟ । କର୍ମୀ ଚାହୁଁଛନ୍ତି ମୁଁ ପ୍ରାର୍ଥୀ ହୁଏ । ତେବେ ଦଳ ଯାହା ଚାହିଁବ ତାହା ହିଁ ହେବ ବୋଲି ପ୍ରଦୀପ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।