ବାହାନଗା ଟ୍ରେନ ଟ୍ରାଜେଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ତାମିଲନାଡୁ ସିଏମ୍, ପଠାଇଲେ ୪ ଜଣିଆ ଟିମ୍

Published By : Prameya-News7 Bureau | June 02, 2023 IST

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୩୫୦ ଉପରେ ପହଞ୍ଚିଥିବା ବେଳେ ମୃତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର ଅଭିଯାନକୁ ଜୋରଦାର କରାଯାଇଛି । ଏହାରି ଭିତରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହାସହ ତାମିଲନାଡୁରୁ ଚାରି ଜଣିଆ ଟିମ୍ ଓଡ଼ିଶା ପଠାଉଥିବା ଘୋଷଣା କରିଛନ୍ତି ।

ରେଳ ଦୁର୍ଘଟଣା ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ମୃତକ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଟ୍ୱିଟ୍ କରି ଷ୍ଟାଲିନ କହିଛନ୍ତି, 'ଦୁର୍ଘଟଣାରେ ଆହତ ତାମିଲଙ୍କ ଉଦ୍ଧାର ପାଇଁ ରାଜ୍ୟ ପରିବହନ ମନ୍ତ୍ରୀ ଏସଏସ ଶିବଶଙ୍କରଙ୍କ ସହ ତିନି ଆଇଏଏସ ଅଧିକାରୀଙ୍କୁ ଓଡ଼ିଶା ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହାସହ ହେଲ୍ପଲାଇନ୍ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି'।

wp:html /wp:html

ଅନୁକମ୍ପା ରାଶି ଘୋଷଣା କଲେ ରେଳମନ୍ତ୍ରୀ

ଏହାରି ଭିତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିଜନଙ୍କ ପିଛା ୧୦ ଲକ୍ଷ ଟଙ୍କା ଲେଖାଏର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.