କପି ରୋକିବାକୁ ଅଭିନବ ଉପାୟ, ଲକ୍ଷ୍ନୌରେ ଖୋଲିଲା ଓ୍ୱାର୍ ରୁମ୍

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ,୧୪/୮ :କପି ରୋକିବାକୁ ହାଇଟେକ୍ ଫର୍ମୁଲା । ଉତ୍ତରପ୍ରଦେଶ ସରକାର ଲକ୍ଷ୍ନୌରେ ପରୀକ୍ଷା ବେଳେ କପି ରୋକିବାକୁ ଅଭିନବ ଉପାୟ ଗ୍ରହଣ କରିଛନ୍ତି । ରାଜଧାନୀ ଲକ୍ଷ୍ନୌରେ ଏକ ଓ୍ୱାର୍ ରୁମ୍ ହେବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ।

ଯୋଗେନ୍ଦ୍ର କହିଛନ୍ତି ଯେ, ସବୁ ପରୀକ୍ଷା କେନ୍ଦ୍ରକୁ ଲକ୍ଷ୍ନୌରେ ଥିବା ଓ୍ୱାର୍ ରୁମ୍ ସହ ସଂଯୋଗ କରାଯିବ । ଏହାଦ୍ୱାରା ପରୀକ୍ଷାରେ ସ୍ୱଚ୍ଛତା ରହିପାରିବ । ଅନେକ ସେଲଫ୍ ଫାଇନାସିଂ କଲେଜରେ ପ୍ରାଧ୍ୟାପକଙ୍କୁ ଦରମା ମିଳୁନି । ଏହାକୁ ନେଇ ଅସନ୍ତୋଷ ରହିଛି । ଏହାର ପ୍ରତିକାର ପାଇଁ ପ୍ରାଧ୍ୟାପଙ୍କ ପ୍ରତିନିଧିଙ୍କ ସହ ବୈଠକ ବସିବ । ଏହା ଆସନ୍ତା ସେପ୍ଚେମ୍ବରରେ ଆୟୋଜନ ହେବ ।

ସେ ଆହୁରି କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଶିକ୍ଷା ମାନକୁ ବୃଦ୍ଧି କରିଛି । ଏହାଦ୍ୱାରା ପ୍ରାଚୀନ ସଂସ୍କୃତି ଓ କଳା ଏବଂ ବର୍ତମାମର ବିକାଶ ଉଭୟ ସମାନ୍ତରାଳ ଭାବେ ଛାତ୍ରଛାତ୍ରୀ ଜାଣିପାରୁଛନ୍ତି ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.