scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ହୋଇଥିବା ଟିଆର୍‌ପି ହେର୍‌ଫେର୍‌ କେସ୍‌ ପ୍ରତ୍ୟାହାର ପାଇଁ କୋର୍ଟରେ ଆବେଦନ କଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍

29/11/2023 at 4:35 PM

arnab-goswami

ମୁମ୍ବାଇ: ରିପବ୍ଲିକ ଟିଭି ସଂସ୍ଥାପକ ଅର୍ଣ୍ଣବ ଗୋସ୍ୱାମୀ ବିରୋଧରେ ହୋଇଥିବା ଟିଆର୍‌ପି ହେର୍‌ଫେର୍‌ ମାମଲା ପ୍ରତ୍ୟାହାର ପାଇଁ ମାଜିଷ୍ଟ୍ରେଟ୍ କୋର୍ଟରେ ଆବେଦନ କଲା ମୁମ୍ବାଇ ପୁଲିସ ଅପରାଧ ଶାଖା। ଅଭିଯୋଗରେ ଅର୍ଣ୍ଣବ ଟିଆର୍‌ପି ହେର୍‌ଫେର୍ କରିଥିବାର ପ୍ରମାଣ ମିଳି ନାହିଁ ବୋଲି ପୁଲିସ କହିବା ସହ କେସ୍ ପ୍ରତ୍ୟାହାର ପାଇଁ କୋର୍ଟରେ ଆବେଦନ କରିିଛି।

ଏହା ପୂର୍ବରୁ ଏହି ମାମାଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରି ସାରିଛି। ୨୦୨୦ ଅକ୍ଟୋବର ମାସରେ ମହାରାଷ୍ଟ୍ରରରେ ଶିବସେନା, ଏନ୍‌ସିପି ଓ କଂଗ୍ରେସର ମିଳିତ ମହାବିକାଶ ଅଘାଡ଼ି ସରକାର ଥିବା ବେଳେ ଅର୍ଣ୍ଣବ ବିରୋଧରେ ଏହି ମାମଲା ହୋଇଥିଲା। ସେତେବେଳେ ଆଇପିଏସ୍ ଅଫିସର ପରମବୀର ସିଂହ ମୁମ୍ବାଇ କମିଶନର ଥିଲେ। ରେଟିଂ ଏଜେନ୍ସି ବ୍ରଡ୍‌କାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନସିଲ୍‌ ହନ୍ସ ରିସର୍ଚ୍ଚ ଗ୍ରୁପ ମାଧ୍ୟମରେ ଅଭିଯୋଗ କରିବା ପରେ ଅର୍ଣ୍ଣବଙ୍କ ବିରୋଧରେ ମାମଲା ହୋଇଥିଲା।

ଏହି ମାମଲାର ତଦନ୍ତ ଭାର ସେତେବେଳେର ପୁଲିସ ଇନ୍ସପେକ୍ଟର ସଚିନ ୱାଜେଙ୍କୁ ଦିଆଯାଇଥିଲା। ଯିଏ କି ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋରକ ବୋଝେଇ ଗାଡ଼ି ରଖିବା ଅଭିଯୋଗରେ ନିଲମ୍ବିତ ହୋଇ ସାରିଛନ୍ତି।

ତେବେ ମଙ୍ଗଳବାର ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଅର୍ଣ୍ଣବଙ୍କ ବିରୋଧରେ ଲାଗିଥିବା ଏହି ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ୩୭ତମ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ କୋର୍ଟରେ ଆବେଦନ କରିଛି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଏଲ୍‌ଏସ୍ ପଧେନ ମାମଲାର ଶୁଣାଣି କରେବ। ଡିସେମ୍ବର ୨୮ ତାରିଖରେ ମାମଲାର ଶୁଣାଣି ହେବ।

ଅଭିଯୋଗ ଅନୁସାରେ, ଅର୍ଣ୍ଣବ ବିଏସ୍ଆର୍‌ସିର ପୂର୍ବତନ ସିଇଓଙ୍କ ପାର୍ଥ ଦାସଗୁପ୍ତାଙ୍କ ସହ ମିଶି ଟିଆର୍‌ପି ନମ୍ବରରେ ହେର୍‌ଫେର୍ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ପଢ଼ନ୍ତୁ-ପନ୍ନୁ ହତ୍ୟା ଷଡ଼ଯନ୍ତ୍ର: ଆମେରିକାର ଅଭିଯୋଗ ପରେ ଉଚ୍ଚସ୍ତରୀୟ କମିଟି ଗଠନ କଲା ଭାରତ

   Related Posts