oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଥାନାରେ ପଶି ପୋଲିସ ଉପରେ ଆକ୍ରମଣ ; ୬ ଅଟକ, ଥାନାରେ ପୋଲିସ ଫୋର୍ସ ମୁତୟନ

4/03/2019 at 4:27 PM

ଭୁବନେଶ୍ବର ୪|୩ : ସହିଦ ନଗର ଥାନା ପୋଲିସକୁ ଯୁବକଙ୍କ ମାଡ ଘଟଣାରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ସୂଚନା ଦେଲେ ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି । ଗତକାଲି ପୋଲିସ ହେପାଜତରେ ଥିବା ୩ ଅଭିଯୁକ୍ତଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ପୋଲିସ ବାରଣ କରିବାରୁ ପୋଲିସ ଉପରେ ମଧ୍ୟ ଆକ୍ରମଣ କରଥିଲେ । ଦୁର୍ବୃର୍ତ୍ତଙ୍କ ଆକ୍ରମଣରେ ସହିଦ ନଗର ଥାନା ଆଇଆଇସିଙ୍କ ସମେତ ୪ ପୋଲିସ ଆହତ ହୋଇଥିଲେ । ଉତ୍ତେଜନା ଦୃଷ୍ଟିରୁ ସହିଦନଗର ଥାନାରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ସହିଦନଗର ଥାନାରେ ଦୁର୍ବୃତ୍ତମାନେ ଭିଆଇଥିଲେ ଲଙ୍କାକାଣ୍ଡ । ପୋଲିସ ହେପାଜତରେ ଥିବା ଯୁବକମାନଙ୍କୁ ମାଡ ମାରୁଛନ୍ତି ଦୁର୍ବୃତ୍ତ । ଗୋଟିଏ ବାଡି ଧରି ଥାନା ଭିତରେ ପଶି ଗୋଡେଇ ଗୋଡେଇ ଅଭିଯୁକ୍ତମାନଙ୍କୁ ପିଟିଥିଲେ  ଦୁର୍ବୃତ୍ତ । ୮ରୁ ୧୦ ଜଣ ଦୁର୍ବୃତ୍ତ ମାଡ ମାରୁଥିଲେ । ପୋଲିସ ଅଟକାଇବାରୁ ପୋଲିସକୁ ମଧ୍ୟ ଛାଡି ନଥିଲେ । ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଲାଗିଥିଲା ଖଣ୍ଡ ଯୁଦ୍ଧ । ଥାନାରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି ଦୁର୍ବୃତ୍ତ । ସହିଦ ନଗର ଥାନା ଆଇଆଇସିଙ୍କ ସମେତ ୪ ପୋଲିସ ଆହତ ହୋଇଛନ୍ତି ।

ଖାଲି ସେତିକି ନୁହେଁ, ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍, ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର୍ କରିଦେଇଛନ୍ତି । ପ୍ରାୟ ଅଧଘଣ୍ଟା କାଳ ଥାନା ଭିତରକୁ ଢେଲା ପଥର ମାଡ଼ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଥାନାରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଖସି ଯାଉଥିବାବେଳେ ପୋଲିସ ୬ଜଣଙ୍କୁ ଅଟକ ରଖିଛି । ଏହାପରେ ଉଭୟ ପକ୍ଷର ଶତାଧିକ ଯୁବକ ସହିଦନଗର ଥାନା ଘେରାଉ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

   Related Posts