କଣାସ ୨୫।୧୨: ଗ୍ୟାସ୍ ଲିକ୍ରୁ ଭୟାବହ ଅଗ୍ନିକାଣ୍ଡ । ରୋଷେଇ ପାଇଁ ଗ୍ୟାସ୍ ଲଗାଇବା ବେଳେ ହଠାତ୍ ନିଆଁ ଲାଗିଯାଇ ଦୁଇ ବଖରା ଘର ସହ ଅନେକ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଗଡିସାଗୋଦା ଥାନା ଅନ୍ତର୍ଗତ ଜାଗୁଳାଇପଦର ମାଳିସାହି ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ଘର କାନ୍ଥକୁ ଲାଗି ଜାଗୁଳାଇପଦର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ସୋମବାର ବିଦ୍ୟାଳୟଟି ଛୁଟି ଯୋଗୁ ବଡ ବିପଦ ଟଳିଯାଇଥିବା ଜଣାପଡ଼ିଛି । ପୂର୍ବରୁ ଲିକ୍ ଥିବା ଗ୍ୟାସ୍ ଟାଙ୍କି ଯୋଗୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ରୋଷେଇ ପାଇଁ ଗ୍ୟାସ୍ ଲଗାଇବା ବେଳେ ହଠାତ ଲାଗିଯାଇଥିଲା ନିଆଁ । ଗ୍ୟାସ୍ ଲଗାଇବା ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି । ମାଳିସାହି ଗ୍ରାମର ବିଭୂତି ଭୂଷଣ ବେହେରାଙ୍କ ଦୁଇ ବଖରା ଘର ପୋଡ଼ି ନଷ୍ଟ ହୋଇଛି । ଖବର ପାଇ ଘଟଣାସ୍ଥଳରେ କଣାସ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି ।
You Can Read :
wp:embed {"url":"https://www.prameyanews7.com/dharmendra-pradhan-pays-tribute-to-ex-pm-atal-bihari-vajpayee/","type":"wp-embed","providerNameSlug":"prameya-news-7"} /wp:embed