ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ରାଜସ୍ଥାନରେ ପୁଣି ଜାତିଭେଦ ମାମଲା: ଦଳିତ ପିଲା ବାଢ଼ିଥିବା ଖାଦ୍ୟକୁ ଫିଙ୍ଗିଦେବାକୁ କହିଲା ରୋଷେୟା, ଗିରଫ କଲା ପୁଲିସ

3/09/2022 at 5:45 PM

ନୂଆଦିଲ୍ଲୀ: ରାଜସ୍ଥାନରେ ଜାତିଭେଦ ସମସ୍ୟା ଚରମ ସୀମାରେ ରହିଛି। ଏ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ସଚେତନ କରିବାରେ ବିଫଳ ହେଉଛନ୍ତି ସରକାର। ଏଠି ଶିକ୍ଷିତ ଓ ସରକାରୀ ବାବୁମାନେ ବି ଜାତିଆଣା ମାନସିକତାର ବଶବର୍ତ୍ତି। କିଛିଦିନ ତଳେ ଶିକ୍ଷକଙ୍କ ପାଣି ଢାଳରେ ହାତ ମାରିଦେବାରୁ ୯ ବର୍ଷର ଦଳିତ ଛାତ୍ରକୁ ପିଟିପିଟି ମାରିଦେଇଥିଲେ ଶିକ୍ଷକ। ଏହାକୁ ନେଇ ରାଜ୍ୟ ଠାରୁ କେନ୍ଦ୍ର ସବୁଠି ହୋହଲ୍ଲା ହୋଇଥିଲା।

ଏବେ ପୁଣି ସେହି ରାଜସ୍ଥାନରୁ ଆଉ ଏକ ଜାତିଆଣା ଆକ୍ଷେପର ଘଟଣା ସମ୍ନାକୁ ଆସିଛି। ରାଜସ୍ଥାନ ସରକାରୀ ସ୍କୁଲରେ ଜଣେ ରୋଷେୟା ଦଳିତ ପିଲାଙ୍କ ସହ ପାତରଅନ୍ତର କରିଥିବା ଅଭିଯୋଗ ହୋଇଛି। ଦଳିତ ପିଲା ବାଢ଼ିଥିବା ଖାଦ୍ୟକୁ ଫିଙ୍ଗିଦେବାକୁ ରୋଷେୟା ପିଲାମାନଙ୍କୁ କହିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରୋଷେୟାକୁ ଗିରଫ କରିଛି ରାଜସ୍ଥାନ ପୁଲିସ୍।

ରାଜସ୍ଥାନ ଉଦୟପୁର ଜିଲ୍ଲା ପୁଲିସ ଆଜି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ଶୁକ୍ରବାର ବରୋଦୀରେ ଥିବା ଏକ ସରକାରୀ ପ୍ରାଇମେରୀ ସ୍କୁଲ୍‌ରେ ରୋଷେୟା ଲାଲା ରାମ ଗୁର୍ଜର ରୋଷେଇ କରିଥିବା ଖାଦ୍ୟକୁ ସାଥିଛାତ୍ରମାନଙ୍କୁ ପରଷିଥିଲେ ଦୁଇ ଦଳିତ ନାବାଳିକା। ହେଲେ ଲାଲ୍ ରାମ ଏହାକୁ ବିରୋଧ କରିବା ସହ ଦଳିତ ଛାତ୍ରୀ ପରିଷଥିବା ଖାଦ୍ୟକୁ ଫିଙ୍ଗିଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଛାତଛତ୍ରୀମାନେ କଥା ମାନି ଖାଇବା ଫିଙ୍ଗି ଦେଇଥିଲେ ବୋଲି ପୁଲିସ କହିଛି।

ଏହାପରେ ପୀଡ଼ିତା ଛାତ୍ରୀ ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇ ଥିଲେ। ଏହାପରେ ତାଙ୍କ ପରିବାର ଲୋକ ସ୍କୁଲ୍‌କୁ ଆସି ରୋଷେୟା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ। ଏହି ଘଟଣାରେ ଗୌଣ୍ଡା ଥାନାରେ ଏକ ମାମଲା ହୋଇଥିଲା। ପୁଲିସ ତଦନ୍ତ କରିବା ପରେ ଘଟଣା ସତ ବୋଲି ଜଣାପଡ଼ିଛି। ଖବର ଅନୁସାରେ ରୋଷେୟା ଖାଦ୍ୟ ପରଷୁଥିବା ବେଳେ ଦଳିତ ପିଲାଙ୍କୁ କମ୍  ଓ ଉଚ୍ଚଜାତୀର ପିଲାଙ୍କୁ ଅଧିକେ ଦେଉଥିଲା। ଏନେଇ ଅଭିଯୋଗ ହେବା ପରେ ଶିକ୍ଷକ ଦଳିତ ଛାତ୍ରୀଙ୍କୁ ଖାଦ୍ୟ ପରଷିବାକୁ କହିଥିଲେ। ଏହାପରେ ରୋଷେୟା ଏମିତି କାଣ୍ଡ ଘଟାଇଥିଲା ବୋଲି ପୁଲିସ ସୂଚନା ଦେଇଛି।

   Related Posts