Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ବହୁ ଚର୍ଚ୍ଚିତ କଳ୍ପନା-ବବଲି ହତ୍ୟାକାଣ୍ଡ: ଦୋଷୀ ଅନୁପ ସାଏଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

3/11/2022 at 7:55 PM

ଝାରସୁଗୁଡ଼ା, ୦୩/୧୧: ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଛତିଶଗଡ଼ ହାଇକୋର୍ଟରୁ ମିଳିଛି ଜାମିନ। କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଛତିଶଗଡ଼ ପୋଲିସ ଦ୍ୱାରା ୨୦୨୦ ଫେବ୍ରୁଆରି ୧୬ରେ ଗିରଫ୍ ହୋଇ ଜେଲ ଯାଇଥିଲେ । ଗତ ଅପ୍ରେଲ ୨ ତାରିଖରେ ରାୟଗଡ଼ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହି ମାମଲାରେ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଅନୁପଙ୍କ ସହଯୋଗୀ ବର୍ଦ୍ଧନ ଟପ୍ପୋକୁ ପୂର୍ବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ ରାଜନେତାଙ୍କ ବିରୋଧରେ ଏପରି ଦଣ୍ଡାଦେଶ ହୋଇଥିଲା । ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ଚୂଡ଼ାନ୍ତ ରାୟ ଅପ୍ରେଲ ୨ରେ ପ୍ରକାଶ ପାଇଥିଲା। ଏହି ମାମଲାର ଶୁଣାଣି କରି  ୫୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ରାୟଗଡ଼ର ଜିଲ୍ଲା ଦୋୖରା ଜଜ୍‌ ବମକମଲେଶ ଜଗଦଲା ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଦୋଷୀ ପାଇ ତାଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଥିଲେ। ଅନ୍ୟପଟେ ଅନୁପ ସାଏଙ୍କ ସହଯୋଗୀ ତଥା ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପ୍ରମାଣ ଅଭାବରୁ ଛଡା ଯାଇଛି । ଘଟଣାନୁସାରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପ୍ରଭାବଶାଳୀ ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ ଗାନ୍ଧୀଛକ ନିକଟରେ ରହୁଥିବା କଳ୍ପନା ଦାସଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା।

ସମୟାନୁକ୍ରମେ ଦୁହିଁଙ୍କ ସଂପର୍କ ନିବିଡ଼ ହୋଇଥିଲା। ତେବେ କଳ୍ପନା ପ୍ରେମ ସମ୍ପର୍କକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ଅନୁପକୁ ବାଧ୍ୟ କରିଥିଲେ। ଏହାକୁ କେନ୍ଦ୍ରକରି ଅନୁପ ସାଏ ୨୦୧୬ରେ ଛତିଶଗଡ଼ ଏକ ଜଙ୍ଗଲକୁ କଳ୍ପନାକୁ ନେଇ ଯାଇ ସେଠାରେ ତାଙ୍କୁ ଓ ତାଙ୍କ ଝିଅକୁ ହତ୍ୟାକରିଥିଲେ। ଏନେଇ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନା ଏହି ମାମଲାର ଯାଞ୍ଚ କରିଥିଲା ଓ ଗତ ୨୦୨୦ ଫେବୃଆରୀ ୧୩ତାରିଖରେ ରାୟଗଡ ପୋଲିସ ଗାନ୍ଧିଛକଠାରୁ ଅନୁପକୁ ଗିରଫ କରିଥିଲା।      

ମୃତ କଳ୍ପନାଙ୍କ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ ୨୦୧୬ ମସିହାରୁ ନିଜ ପତ୍ନୀ ଓ ଝିଅର ଶବ ଛତିଶଗଡ଼ରେ ଉଦ୍ଧାର ହେବା ଖବର ପାଇ ଦୋଷୀ କିଏ ଖୋଜି ଖୋଜି ଅନୁପଙ୍କ ବିଷୟରେ ସବୁ ତଥ୍ୟ ହାସଲ କରିବା ପରେ ଛତିଶଗଡ଼ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

   Related Posts