ବିବାଦରେ ଫସିଲା ପାକିସ୍ତାନ ସୁପର ଲିଗ୍ , ଡଗ୍ଆଉଟ୍ରେ ବସି ଫୋନ୍ରେ କଥା ହେଉଛନ୍ତି ଟିମ୍ ସଦସ୍ୟ !
23/02/2020 at 1:04 PM

କରାଚୀ ୨୩।୦୨ : ପାକିସ୍ତାନ ସୁପର ଲିଗ(PSL)ର ପଞ୍ଚମ ସିଜିନ ଆମ୍ଭ ହୋଇଛି । ପଞ୍ଚମ ସିଜିନ ଗତ କିଛି ଦୁଇ ଦିନ ହେଲା ଆରମ୍ଭ ହୋଇଛି। ଚଳିତ ପ୍ରଥମ ଥର ଲିଗର ପୂରା ସିଜନ ପାକିସ୍ତାନରେ ଖେଳା ଯାଉଛି। ଯାହାକୁ ନେଇ ପାକିସ୍ତାନୀ ଫ୍ୟାନ୍ସ ମଧ୍ୟ ଅନେକ ଉତ୍ସାହିତ ଅଛନ୍ତି। ଲିଗ୍ ପ୍ରାରମ୍ଭରୁ ଆରମ୍ଭ ହୋଇଯାଇଛି ବିବାଦ । ତେବେ ସିଜିନ୍ର ଏକ ମ୍ୟାଚ୍ରେ ଜଣେ ଖେଳାଳୀ ଡଗ୍ଆଉଟ୍ରେ ବସି ମୋବାଇଲ ଫୋନରେ କଥା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଖେଳାଳି ଜଣଙ୍କ ମୋବାଇଲରେ କଥା ହେଉଥିବାର ଫଟୋ ସୋଏବ ଅଖତର ଟ୍ବିଟ୍ କରି ଏହା ଭୂଲ ବୋଲି କହିଛନ୍ତି । ଯାହାକୁ ନେଇ ବିବାଦ ଆମ୍ଭ ହୋଇଗଲାଣି ।
PSLର ଏକ ମ୍ୟାଚ୍ରେ ପେଶାଓ୍ବର ଜାଲ୍ମୀ ଏବଂ କରାଚୀ କିଙ୍ଗଙ୍କ ମଧ୍ୟରେ ଖେଳାଯାଉଥିଲା । ତେବେ ମ୍ୟାଚ୍ ସମୟରେ ଜଣେ ଖେଳାଳୀଙ୍କ ଡଗଆଉଟରେ ଟିମ୍ ସହିତ ଜଡ଼ିତ ଲୋକ ମୋବାଇଲ ଫୋନରେ କଥା ହେଉଥିବାର ନଜର ଆସିଛି। ଯାହାର ଫଟୋ ଭାଇରାଲ୍ ହେବା ପରେ ସାରା ଦୁନିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଡଗଆଉଟରେ ମୋବାଇଲ ଫୋନର ବ୍ୟବହାର କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ତେବେ ଅନୁମାନ କରାଯାଉଛି କି କୌଣସି ଖେଳାଳୀ କିମ୍ବା ଟିମ୍ ମ୍ୟାନେଜମେଣ୍ଟଙ୍କ ମଧ୍ୟରୁ କାହାରିଙ୍କ ସହ ଫୋନରେ କଥା ହେଉ ଥିବେ। ଟିମ୍ର କୋଚ କହିଛନ୍ତି କି, ଫୋନରେ କଥା ହେଉଥିବା ବ୍ୟକ୍ତି ଟିମର ସିଇଓ ତାରିକ ଅଟନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ କି ଫୋନରେ କଥା ହେଉଥିବା ବ୍ୟକ୍ତି ଟିମର ସିଇଓ ହିଁ ଥିଲେ।
ଆଇସିସି ନିୟମ ଅନୁସାରେ, ଡ୍ରେସିଙ୍ଗ ରୁମ୍ ଏବଂ ଡଗଆଉଟରେ ଖେଳାଳିମାନେ ମୋବାଇଲ ଫୋନ ବ୍ୟବହାର କରିବା ଉପରେ ବ୍ୟାନ୍ ଲଗାଯାଇଛି। କଥାବାର୍ତ୍ତା ପାଇଁ ଟିମ୍ ମ୍ୟାନେଜମେଣ୍ଟ ବି କେବଳ ଓ୍ବାକି-ଟକିର ହିଁ ବ୍ୟବହାର କରିପାରିବେ। ପାକିସ୍ତାନ ପୂର୍ବତନ ପେସ୍ ବୋଲର ସୋଏବ୍ ଅଖତର ଡଗଆଉଟରେ ଫୋନ୍ ବ୍ୟବହାର କରୁଥିବାର ଏକ ଫଟୋ ସେୟାର କରିଛନ୍ତି ଆଉ କହିଛନ୍ତି କି ଏହା ବହୁତ ବଡ଼ ଭୁଲ୍। ମାତ୍ର କରାଚୀ କିଙ୍ଗର କୋଚ୍ ଜୋନ୍ସ ଏହି ମାମଲାରେ ସଫେଇ ଦେଇଛନ୍ତି।

ତେବେ ଘଟଣା ସମ୍ପର୍କରେ ଆଇସିସି କହିଛି ଯେ, ଏହା ପାକିସ୍ତାନର ଆନ୍ତରିକତା ମାମଲା । ଆଇସିସି ଏଥିରେ ମୁଣ୍ଡ ପୂରାଇବ ନାହିଁ । କିନ୍ତୁ ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୌଣସି ଅଧିକାରୀକ ବୟାନ ଆସିନାହିଁ ।