scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନକଲାଗି ନୀତିକୁ ନେଇ ତେଜିଲା ବିବାଦ, ବୁଧବାର ନୀତି ସଂପାଦନ ନ କଲେ…: ଶ୍ରୀମନ୍ଦିର ପ୍ରଶାସନ

25/07/2023 at 11:27 PM

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ତେଜିଲା ବିବାଦ। ଶ୍ରୀମନ୍ଦିର ପ୍ରଶାସନ-ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ଏହି ବିବାଦ ତେଜିଛି। ଆସନ୍ତାକାଲି ବନକଲାଗି ନୀତି ସଂପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ରଙ୍କୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି। ଗତ ବୁଧବାର ନୀତି ସଂପାଦନ ନ କରିବାରୁ ନୋଟିସ୍ ଜାରି ହୋଇଥିଲା। ଆଉ ଦତ୍ତମହାପାତ୍ର ନିଯୋଗ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଅନ୍ୟପକ୍ଷେ ଗୁରୁବାର ବନକଲାଗି କରିବାକୁ କହିଛି ଦତ୍ତମହାପାତ୍ର ନିଯୋଗ।

ଅଧିକ ପଢନ୍ତୁ- ଖୋଲିଲା ଶ୍ରୀମନ୍ଦିର ପଶ୍ଚିମଦ୍ୱାର, ପରିଚୟ ପତ୍ର ଦେଖାଇ ଯାଇପାରିବେ ପୁରୀବାସୀ

ସୂଚନାଯୋଗ୍ୟ ଯେ, ରଥଯାତ୍ରା ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି। ଗତ ୨୪ ଦିନ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ଠାକୁରଙ୍କ ଶ୍ରୀମୁଖ ସିଂହାର ହୋଇପାରିନି । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି କରନ୍ତି । ୧୬ ତାରିଖ ଗୁରୁବାର ମାଜଣା ଓ ଏକାନ୍ତ ରହିଥିଲା । ବୁଧବାର ନକ୍ଷେତ୍ର ଥିବାରେ ବନକଲାଗିକୁ ବାରଣ କରାଗଲା । ବିବାଦୀୟ ପରିସ୍ଥିତି ଯୋଗୁ ଆଜି ଯାଏଁ ଠାକୁରଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇ ପାରୁନଥିଲା । ବିଧି ମୁତାବକ ନୀତି ନହେବାରେ ଠାକୁରଙ୍କ ଶ୍ରୀମୁଖ ମଧ୍ୟ ମଳିନ ପଡ଼ିଲାଣି । ଶେଷରେ ଦତ୍ତମହାପାତ୍ର ନିଯୋଗ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଶେଷରେ ବୁଧବାର ଦିନ ବନକଲାଗି ନୀତି ହେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ମଙ୍ଗଳବାର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ- ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ନେଇ ଜୋର ଧରିଲା ଦାବି, ଆରମ୍ଭ ହେଲା ଦସ୍ତଖତ ଅଭିଯାନ  

ଆଜି ଦତ୍ତମହାପାତ୍ର ନିଯୋଗ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ। ପରିଚାଳନା କମିଟି ସଦସ୍ୟ ଓ ଦଇତାପତି ନିଯୋଗ ସହ ମଧ୍ୟ ଆଲୋଚନା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୁଧବାର ଦତ୍ତମହାପାତ୍ରଙ୍କ ସହଯୋଗରେ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି କହିଥିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର। ହେଲେ ଦତ୍ତମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ଆସନ୍ତାକାଲି ବନକଲାଗି ନୀତି ହେବ କି ନାହିଁ ଆଶଙ୍କା ଉପୁଜିଛି।

   Related Posts