Income tax ସମ୍ପର୍କରେ ମୋଦିଙ୍କ ତଥ୍ୟକୁ ନେଇ ବିବାଦ, ସ୍ପଷ୍ଟିକରଣ ଦେଲେ ଆୟକର ବିଭାଗ
13/02/2020 at 9:23 PM

ନୂଆଦିଲ୍ଲୀ ୧୩।୨: ଆୟକର ଦାତାଙ୍କ ସଂଖ୍ୟା ବୃଦ୍ଧି ଲାଗି କେନ୍ଦ୍ର ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। ହେଲେ ଏବେବି ଦେଶରେ ଆୟକର ଦାତା ଆଶାନୁରୂପ ରିଟର୍ଣ୍ଣ ଫାଇଲ କରୁନାହାନ୍ତି। ଏଥିଯୋଗୁ ପ୍ରଧାନମନ୍ତ୍ରୀ ବାରମ୍ବାର କରଦାତାଙ୍କ ସଂଖ୍ୟା ବୃଦ୍ଧି ଲାଗି ଜୋର ଦେଉଛନ୍ତି। ଏହି କ୍ରମରେ ଗତ ବୁଧବାର ଏକ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆୟକରକୁ ନେଇ ଏପରି ଏକ ତଥ୍ୟ ଦେଇଥିଲେ ଯାହା ଏବେ ବିରୋଧୀଙ୍କୁ ବେଶ୍ ଖୋରାକ ଯୋଗାଇଛି।
As per Modi, every Indian is a thief while his party is the one that has usurped crores secretly through opaque electoral bonds. If no one pays tax, what has Modi done over past 6 years? Didn't he unleash demonetisation claiming that it would end all black money & tax evasion? pic.twitter.com/NM5FbHHkDX
— Sitaram Yechury (@SitaramYechury) February 13, 2020
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଆୟକର ଦେଉଥିବା ଲୋକଙ୍କ ସଂଖ୍ୟା ବହୁତ କମ୍। ୩ କୋଟିରୁ ଅଧିକ ଭାରତୀୟ ବ୍ୟବସାୟୀକ ଉଦ୍ଦେଶ୍ୟରେ ବିଦେଶ ଯାଇଛନ୍ତି। ତେବେ ଦେଶରେ ପରିସ୍ଥିତି ଏବେ ଏପରି ଯେ ୧୩୦ କୋଟି ଜନତାଙ୍କ ମଧ୍ୟରୁ ମାତ୍ର ଦେଢ କୋଟି ଲୋଗ ହିଁ ଆୟକର ଦେଉଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ୫୦ ଲକ୍ଷରୁ ଅଧିକ ଆୟ ଘୋଷଣା କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୩ଲକ୍ଷ। ଏଥିରେ ମାତ୍ର ୨ହଜାର ୨୦୦ ଲୋକ କେବଳ ଯେଉଁମାନେ ସେମାନଙ୍କ ବାର୍ଷି ଆୟ ୧ କୋଟି ଟଙ୍କା ଜଣାଉଥିବାର କହିଥିଲେ।
Certain misinformation is being circulated in Social Media pertaining to individual return filers.
— Income Tax India (@IncomeTaxIndia) February 13, 2020
CBDT clarifies:
During the current financial year, 5.78 crore individuals filed returns disclosing income of financial year 2018-19..1/6
ତେବେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ଏଭଳି ଆୟକାର ଆକଳନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜାଣିଶୁଣି ପ୍ରଧାନମନ୍ତ୍ରୀ ଦେଶର କରଦାତାଙ୍କ ସଂଖ୍ୟା କମ କହୁଥିବା ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଅଭିଯୋଗ କରିଛନ୍ତି। ଆୟକରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ବାଦ ବିବାଦ ଆରମ୍ଭ ହୋଇଯାଇଥିବା ବେଳେ ସିବିଡିଟିଙ୍କ ପକ୍ଷରୁ ଆୟକରଦାତାଙ୍କ ସଠିକ ତଥ୍ୟ ଜାରି କରାଯାଇଛି। ଯେଉଁଥିରେ ୨୦୧୮-୧୯ ବର୍ଷ ଲାଗି ୫.୭୮ କୋଟି ଲୋକ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିଥିବା ଜଣାଇଛନ୍ତି। ଏଥିରେ ୧.୦୩ କୋଟି ଲୋକ ସେମାନଙ୍କର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ ବି କମ୍ ବୋଲି ସୂଚିତ କରିଥିବା ବେଳେ ୩.୨୯ କୋଟି ଲୋକ ସେମାନଙ୍କର ବାର୍ଷିକ ଆୟ ୨.୫ରୁ ୫ ଲକ୍ଷ ମଧ୍ୟରେ ଘୋଷଣା କରିଥିବା ଜଣାଇଛନ୍ତି।