ଲକ୍ଷ୍ନୌ ୬।୧୨: ଲେଖକ ଜାଭେଦ ଅଖତର ତାଙ୍କ ବୟାନବାଜୀକୁ ନେଇ ପ୍ରାୟ ଚର୍ଚ୍ଚାରେ ଥାନ୍ତି। ଏଥିରେ ସେ ମହିଳାଙ୍କ ହକ୍ ସମ୍ପର୍କରେ ଏକ ବୟାନ ଦେଇ ପୁଣି ଥରେ ବିବାଦକୁ ଆସିଛନ୍ତି। ସେ ଏକ ସାକ୍ଷାତକାରରେ ଯଦି ପୁରୁଷ (ମୁସଲମାନ)ଙ୍କୁ ଏକ ସମୟରେ ଏକାଧିକ ପତ୍ନୀ ରଖିବାର ଅଧିକାର ରହିଛି ତେବେ ମହିଳାଙ୍କୁ ମଧ୍ୟ ସେହିପରି ଏକ ସମୟରେ ଏକାଧିକ ପତି ରଖିବାର ହକ୍ କାହିଁକି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏହାକୁ ସମାନତାର ପରିପନ୍ଥୀ ବୋଲି କହିଛନ୍ତି।
ଜାଭେଦ ଅଖତରଙ୍କ ଏହି ବୟାନକୁ ନେଇ ଲକ୍ଷ୍ନୌରେ ଅଲ ଇଣ୍ଡିଆ ସିୟା ଚାନ୍ଦ କମିଟିର ଅଧ୍ୟକ୍ଷ ମୌଲାନା ସୈୟଦ ସେଫ ଅବ୍ବାସ ନକଭୀ କଡା ଆପତ୍ତି କରିଛନ୍ତି। ଏଥିଲାଗି ସେ ଜାଭେଦ ଅଖତାର କ୍ଷମାମାଗିବା ଦରକାର ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏକ ସାକ୍ଷାତାକରରେ ଜାଭେଦ ଅଖତାର କମନ ସିଭିଲ କୋଡର ଚର୍ଚ୍ଚା କରୁଥିଲେ। ଏହାର ବ୍ୟାଖ୍ୟା କରି ସେ କହିଥିଲେ ଯେ ଏହା ଅର୍ଥ ନୁହେଁ ସବୁ ସମ୍ପ୍ରଦାୟ ଲାଗି ଗୋଟିଏ ଆଇନ । ଏହାର ଅର୍ଥ ପୁରୁଷ ଓ ମହିଳାଙ୍କ ଲାଗି ମଧ୍ୟ ଆଇନ ଏକ ବୋଲି ସେ କହିଛନ୍ତି।
{"id":718088,"width":839,"height":466,"sizeSlug":"full","linkDestination":"none"}ଆଲୋଚନାରେ ଅଖତର ତାଙ୍କ ବକ୍ତବ୍ୟ ଜାରି ରଖି ‘ବାଇଗାମୀ’ ବା ଏକାଧିକ ପତ୍ନୀ ନିୟମ ସମାନତାର ନିୟମ ନୁହେଁ ବୋଲି କହିଛନ୍ତି। ଏହା ଯେହେତୁ ସମାନତାର ବିରୋଧୀ ଏଣୁ ଆଇନ ବିରୋଧୀ ହେବା ମଧ୍ୟ ଦରକାର ବୋଲି ଜାଭେଦ ଅଖତାର କହିଛନ୍ତି। ତେବେ ତାଙ୍କର ଏପରି ବୟାନକୁ ନକଭୀ ଲଜ୍ଜାଜନକ ବୋଲି କହିଛନ୍ତି। ଏହି ବୟାନରେ ମହିଳାମାନଙ୍କୁ ଏକାଧିକ ପତି ରଖିବାର ପରାମର୍ଶ ଦିଆଯାଉଥିବା ସେ କହିଛନ୍ତି। ଏଣୁ ଏହାକୁ ଯେତେବି ବିରୋଧ କରାଯିବ ତାହା କମ ବୋଲି ନକଭୀ କହିଛନ୍ତି।
ସେ କହିଛନ୍ତିଯେ ଅଖତାରଙ୍କ ଏହି ବୟାନକୁ ସାରା ଦେଶରେ ମହିଳାମାନେ ଏକ ହୋଇ ବିରୋଧ କରିବା ଦରକାର । ମହିଳାମାନେ ସେ ପର୍ଯ୍ୟନ୍ତ ବିରୋଧ କରିବା ଦରକାର ଯେଉଁ ପର୍ଯ୍ୟନ୍ତ ବୟାନ ଲାଗି ଜାଭେଦ ଅଖତାର କ୍ଷମାଯାଚନା କରି ନାହାନ୍ତି ବୋଲି ନକଭୀ କହିଛନ୍ତି।