Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ନାନବେଦୀରେ ପୁରୀ ବିଧାୟକଙ୍କ ଉପସ୍ଥିତିକୁ ନେଇ ଉଠିଲା ବିବାଦ : ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ

19/06/2019 at 6:24 PM

ପୁରୀ ୧୯/୬: ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ଘନ ଘନ ବୈଠକ କରୁଛନ୍ତି। ତେବେ ରଥଯାତ୍ରାରେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସାଧାରଣ ଲୋକଙ୍କ ଅପେକ୍ଷା ଭିଆଇପିହିଁ ହେବେ ତାହା ଜଳ ଜଳ ଦିଶିଲାଣି। କାରଣ  ସ୍ନାନବେଦୀ ପୁରୀ ବିଧାୟକଙ୍କ ପ୍ରବେଶକୁ ନେଇ ଉଠିଲାଣି ବିବାଦ । ସ୍ନାନବେଦୀରେ ବିଧାୟକଙ୍କୁ ଠାକୁରମାନଙ୍କୁ ଛୁଇଁବାକୁ ଅନିମତି ଦେଲା କିଏ । ତ୍ରିସ୍ତରୀୟ ସୁରକ୍ଷା ବଳୟକୁ ବିଧାୟକ ଭେଦ କଲେ କିପରି,  ସବୁର ଜାଞ୍ଚ କରିବାକୁ ଅଣ୍ଟା ଭିଡିବ କି ପୋଲିସ ପ୍ରଶାସନ ।

ଥରେ ନୁହେଁ, ବାରମ୍ବାର ସ୍ନାନବେଦିକୁ ଯାଇଥିଲେ ପୁରୀ ବିଧାୟକ। ଠାକୁରମାନଙ୍କୁ ସ୍ପର୍ଶ କରିଥିଲେ। ଯେତେବେଳେ ହାତୀ ବେଶ ଦର୍ଶନ ଭିଡ଼ ସରିଆସୁଥିଲା ସେତେବେଳେ ବିଧାୟକ ସ୍ନାନ ମଣ୍ଡପରେ ନିଜ ଧାଗ୍‌ ଦେଖାଇଥିଲେ। ତେବେ ପ୍ରଶ୍ନ ଉଠୁଛି ବିଧାୟକଙ୍କୁ  ଅନୁମତି ଦେଲା କିଏ । ସ୍ନାନ ପୁର୍ଣ୍ନିମାରେ ବିଗ୍ରହମାନଙ୍କ ନିକଟକୁ କେବଳ ସେବାୟତ ମାନେ ହିଁ ଯିବାର ନିୟମ ରହିଛି । ଏଥିପାଇଁ ପୁର୍ବରୁ ମନ୍ଦିର ପ୍ରସାସନ ଏକ ତାଲିକା ପ୍ରସ୍ତୁତ କରି ମନ୍ଦିର ବୋର୍ଡରେ ଲଗାଇଥାଏ । ହେଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ବାରମ୍ବାର ସ୍ନାନବେଦି ଉପରେ ଦେଖିବାକୁ  ମିଳିଥିଲା । ଏପରିକି ବିଧାୟକ ବିଗ୍ରହମାନଙ୍କୁ ସ୍ପର୍ଶ କରିଥିବା ଚର୍ଚ୍ଚା ହେଉଛି। ଜୟନ୍ତ ଷଡ଼ଙ୍ଗୀ କୌଣସି ସେବାୟତ ବେଶରେ ନଥିଲେ ଯେ ଲୁଚି ଯାଇଥିବେ, ଏମିତିବି ପୁରୀର ସେ ଖୁବ ପରିଚିତ। ତେଣୁ ବିଧାୟକ ସ୍ନାନ ମଣ୍ଡପକୁ ଯିବା ବେଳେ କେହି ବି ତାଙ୍କୁ ବିରୋଧ କରିନାହାନ୍ତି। ଏବଂ ସେ ଅନାୟାଶରେ ନିଜର ପ୍ରଭାବ ଦେଖାଇଥିଲେ। ଯାହାକୁ ନେଇ ଅନେକ ଜଗନ୍ନାଥ ଭକ୍ତଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଛି।

ଭିଆଇପି ହିଁ ପୋଲିସ ଓ ପ୍ରଶାସନର ଗେହ୍ଲାପୁଅ। ତାହା ସ୍ନାନଯାତ୍ରାର ଏହି ଚିତ୍ରରୁ ସ୍ପଷ୍ଟ ହୋଇଯାଇଛି। ଆଗକୁ ଆସୁଛି ରଥଯାତ୍ରା ବିଧାୟକ,ପୂର୍ବତନ ବିଧାୟକ, ମନ୍ତ୍ରୀ ଅଫିସର କେତେକଣ ମାଡ଼ି ଆସିବେ।  ଆଉ ସେମାନଙ୍କ ପ୍ରତି ଯେ ପୋଲିସ ଓ ପ୍ରଶାସନ ଶକ୍ତ ଆଭିମୁଖ୍ୟ ଦେଖାଇବେ ତାହା କହିବା ମୁସ୍କିଲ। ଯେତେବେଳେ ବିଧାୟକଙ୍କର ସ୍ନାନବେଦିକୁ ପ୍ରବେଶ କଥାକୁ ନେଇ ହୋ ହଲ୍ଲା ସୃଷ୍ଟି ହୋଇଛି ସେତେବେଳେ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯାଞ୍ଚ ହେବ, ଦେଖାଯିବ। ସେପଟେ ବିଧାୟକଙ୍କ ପ୍ରତିକ୍ରିୟା ମିଳିନି।

ଏଣେ କିନ୍ତୁ ଘନ ଘନ ବୈଠକ ଚାଲିଛି। ଆଜି ଭୁବନେଶ୍ବରରେ ଡିଜିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ପୁରୀ ରଥଯାତ୍ରା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା  ହୋଇଥିଲା । ରଥଯାତ୍ରା ସମୟରେ ଲକ୍ଷାଧିକ ଲୋକଙ୍କ ପୁରୀ ଆଗମନକୁ ଆଖିଆଗରେ ରଖି ଆଗୁଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ବୈଠକ ପରେ ବୈଠକ ହେବ। କିନ୍ତୁ ପୁଣି ଭିଆଇପି ହିଁ ସୃଷ୍ଟି କରିବେ ଅଡୁଆ। ଆଉ ବଦନାମ ହେବ ପୋଲିସ। ତେଣୁ ପୋଲିସ ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ନା ସେନେଇ କେହି ମୁହଁ ଖୋଲୁନାହାନ୍ତି।

   Related Posts