oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପାଇକ ବିଦ୍ରୋହକୁ ଅଣଦେଖା ! ତେଲୁଗୁ ସିନେମା ଶେ ରା ନରସିହ୍ମା ରେଡ୍ଡୀକୁ ନେଇ ତେଜିଲାଣି ବିବାଦ

21/09/2019 at 5:54 PM

ଭୁବନେଶ୍ୱର  ୨୧।୦୯ – ତେଲୁଗୁରେ ନିର୍ମିତ ହୋଇଥିବା ଫିଲ୍ମ ଶେ ରା ନରସିହ୍ମା ରେଡ୍ଡୀକୁ ନେଇ ତେଜିଲାଣି ବିବାଦ ।ଏହି ଫିଲ୍ମଟି ଯେଉଁ ଯୋଦ୍ଧା ଏବଂ ସଂଗ୍ରାମ ଉପରେ ପର୍ଯ୍ୟବସିତ ତାହାକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦର୍ଶାଯାଇଛି ।ଯେବେକି ୧୮୧୭ରେ ଓଡ଼ିଶାରେ ସଂଗଠିତ ପାଇକ ବିଦ୍ରୋହ ଦେଶର ସ୍ବାଧୀନତା ସଂଗ୍ରାମ ଭାବେ ପୂର୍ବରୁ ମାନ୍ୟତା ପାଇସାରିଛି ।ଆଉ ଅମିତାଭ ବଚ୍ଚନ, ଚିରଞ୍ଜୀବିଙ୍କ ଭଳି ମେଗାଷ୍ଟାର ଅଭିନୟ କରିଥିବା ଫିଲ୍ମର ନିର୍ମାତା କିଭଳି ୧୮୪୬ରେ ଆନ୍ଧ୍ରରେ ହୋଇଥିବା ସଂଗ୍ରାମକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ବୋଲି ଦର୍ଶାଇଲେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।…

 ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ରିଲିଜ୍ ହେବାକୁ  ଯାଉଛି ହାଇଭୋଲଟେଜ୍ ତେଲଗୁ ଫିଲ୍ମ ଶେ ରା ନରସିହ୍ମା ରେଡ୍ଡୀ । ଫିଲ୍ମର ନିର୍ମାତା ହେଉଛନ୍ତି ସୁରେନ୍ଦର ରେଡ୍ଡୀ । ଫିଲ୍ମର ଟିଜର୍ ଏବେ ୟୁଟ୍ୟୁବ୍‌ରେ ବହୁ ଲୋକ ଦେଖିସାରିଲେଣି ।ଏଥିରେ ଆନ୍ଧ୍ରର ନରସିହ୍ମା ରେଡ୍ଡୀଙ୍କୁ ଜଣେ ସାହସୀ ଯୋଦ୍ଧା ଭାବେ ଚିତ୍ରଣ କରାଯାଇଛି ।ହେଲେ ନରସିହ୍ମା ରେଡ୍ଡୀଙ୍କ ଦ୍ବାରା ୧୮୪୬ରେ ହୋଇଥିବା ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଏହି ଫିଲ୍ମରେ ଚିତ୍ରଣ କରାଯାଇଛି । ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ୧୮୧୭ରେ ଓଡ଼ିଶାରେ ସଂଗଠିତ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିସାରିଥିବା ବେଳେ ଶେ ରା ନରସିହ୍ମା ରେଡ୍ଡୀ ଫିଲ୍ମର ନିର୍ମାତା କିଭଳି ଆନ୍ଧ୍ରର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଦର୍ଶାଇଲେ ତାହାକୁ ନେଇ ସାରା ରାଜ୍ୟରେ ଉଠିଛି ତୀବ୍ର ପ୍ରତିବାଦର ସ୍ବର । ଫିଲ୍ମଟି ତେଲୁଗୁ ସହିତ ହିନ୍ଦୀ, ତାମିଲ, ମାଲାୟଲାମରେ ରିଲିଜ୍‌ ହେବ । ରାଜ୍ୟ ସଂସ୍କୃତି ବିଭାଗ ଏଥିପାଇଁ ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ ।

୧୮୧୭ରେ ଓଡ଼ିଶାରେ ସଂଗଠିତ ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ।ଏହାର ୨୦୦ ବର୍ଷ ପୂର୍ତ୍ତିରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଏହାକୁ ସ୍ବୀକାର କରିଥିଲେ । ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ସ୍ବରରେ ୧୮୧୭ରେ ଓଡ଼ିଶାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ ବୋଲି କହିସାରିବା ପରେ ବି କେମିତି ଆନ୍ଧ୍ରରେ ଏଭଳି ଫିଲ୍ମ ମାଧ୍ୟମରେ ଭୁଲ୍ ତଥ୍ୟର ପ୍ରଚାର ପ୍ରସାର କରିବାକୁ ଚେଷ୍ଟା ଗଲା, ଏବଂ ସେନ୍ସର ବୋର୍ଡ଼ରେ ମଧ୍ୟ ଏତେ ବଡ଼ ଭୁଲ୍‌କୁ କିଭଳି ନଜର ଅନ୍ଦାଜ କରାଯାଇଛି  ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।…

ନ୍ୟୁଜ୍‌7ରେ ଏନେଇ ଖବର  ପ୍ରସାରଣ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।ସେନସର ବୋର୍ଡ କିଭଳି ଏହି ଭୁଲ୍‌ ତଥ୍ୟ ଥିବା ଫିଲ୍ମକୁ ଅନୁମତି ଦେଲେ ତାହା ବଡ଼ ପ୍ରଶ୍ନ ।ଏଭଳି ଭୁଲ୍‌ ତଥ୍ୟ ସାରା ରାଜ୍ୟ ଲାଗି ଅପମାନ ।ନରସିହ୍ମା ରେଡ୍ଡିଙ୍କ ଉପରେ ଫିଲ୍ମ ହେବା ଭଲ କଥା । କିନ୍ତୁ ଚଳଚ୍ଚିତ୍ର ନିର୍ମାତା ଭୁଲି ନ ଯାଆନ୍ତୁ ଯେ ୧୮୪୬ରେ ୨୯ ବର୍ଷ ପୂର୍ବରୁ ୧୮୧୭ରେ ଓଡ଼ିଶାରେ ସଂଗଠିତ ହୋଇଥିଲା ବ୍ରିଟିଶ ସାସନ ବିରୋଧରେ ମହାନ୍ ପାଇକ ବିପ୍ଲବ ।ଯାହାକୁ ସାରା ଦେଶ ସ୍ବୀକାର କରିଛି ।ଇତିହାସକୁ ବିକୃତ କରି ଓଡ଼ିଆ ସ୍ବାଭିମାନକୁ କୁଠାରଘାତର ଅପଚେଷ୍ଟା କାହିଁକି ? ଏହାର ସଂଶୋଧନ ଲାଗି ସବୁ ମହଲରୁ ଚାପ ଆହୁରି ବଢ଼ିବା ଦରକାର ।

   Related Posts