Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ ବିରୋଧରେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ଟ୍ଵିଟ୍‌କୁ ନେଇ ହଙ୍ଗମା

9/06/2023 at 2:56 PM

ମୁମ୍ଵାଇ ୦୯।୦୬: ପାକିସ୍ତାନୀ ରାଜନେତା ତଥା ସାମରିକ ଅଧିକାରୀଙ୍କ ପରି ଅଭିନେତା ଏବଂ ଅଭିନେତ୍ରୀମାନେ ମଧ୍ୟ ଭାରତକୁ ସମାଲୋଚନା କରନ୍ତି। ପାକିସ୍ତାନୀ ଅଭିନେତ୍ରୀ ସେହର ସିନ୍ୱାରୀ। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତ ବିରୋଧରେ ନା ନା କମେଣ୍ଟ କରନ୍ତି। ହେଲେ ଏଥର ସେହର ଏପରି କିଛି ଲେଖିଛନ୍ତି । ଯାହାକୁ ନେଇ ଭାରତୀୟମାନେ ରାଗିକି ବର୍ଷିଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି ଯେ ଭାରତରେ ଇସଲାମିକ ଶାସନ ଆସିବ।  ‘ଇନଶାଲ୍ଲା, ଭାରତ ଖୁବ୍ ଶୀଘ୍ର ଏକ ଇସଲାମିକ ଦେଶରେ ପରିଣତ ହେବ। ଅଭିନେତ୍ରୀ

ସେହରଙ୍କ ଏହି ଟୁଇଟ୍ ଦେଖି  ଅନେକ ଭାରତୀୟ ହଙ୍ଗାମା କରିଥିଲେ। ଭାରତୀୟ ଲୋକମାନେ ଟ୍ୱିଟରରେ ସେହରଙ୍କୁ ନା ନା କଡା ମନ୍ତବ୍ୟ ଦେଇଛନ୍ତି।  କ୍ରିମିନାଲ ଓକିଲ ମଧୁବାନ୍ତୀ ଚାଟାର୍ଜୀ କହିଛନ୍ତି- ‘ଇନଶା ନୁହେଁ ତାହା ବିନାଶ ଆଲ୍ଲା ହେବ’। ସେହିଭଳି ରବି ଆରୋରା ନାମକ ଜଣେ ଭାରତୀୟ ଅଭିନେତ୍ରୀଙ୍କୁ ଟାର୍ଗେଟ କରି ଲେଖିଥିଲେ- “ଗତକାଲି ଆପଣ ରାହୁଲ ଗାନ୍ଧୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ କହୁଥିଲା। ଆଜି କଣ ହେଲା ..” । ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରୀ ପ୍ରତିଦିନ ଭାରତ ବିରୋଧରେ ଟ୍ୱିଟ୍ କରି ଥାଆନ୍ତି।

‘ଭାରତ ଖୁବ ଶୀଘ୍ର ପାକିସ୍ତାନକୁ ଦଖଲ କରିବ, ଇନଶାଲ୍ଲା’। ସେହିଭଳି ଟ୍ୱିଟରରେ ଅନେକ ଲୋକ ଖୁଣ୍ଟା ମାରୁଛନ୍ତି। ଜଣେ ଏଣ୍ଟରପ୍ରେନ୍ୟୁର ଆରବୀ ଲେଖିଛନ୍ତି  ଇସଲାମିକ୍ ରିପବ୍ଲିକ୍ ଅଫ୍ ପାକିସ୍ତାନ ଖୁବ୍ ଶୀଘ୍ର ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଇଣ୍ଡିଆ ଦ୍ୱାରା ନିଆଯିବ। ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ – ସତରେ ଭାରତକୁ ଇସଲାମ ଦେଶ କରିବ ପୁଣି ଇଏ…?”

ଅନ୍ୟ ଜଣେ ଟ୍ୱିଟର ୟୁଜର୍ସ ଗୋଗୋଇ ଲେଖିଛନ୍ତି- “ଇସଲାମିକ୍ ରିପବ୍ଲିକ୍ ଅଫ୍ ପାକିସ୍ତାନ ବାଂଲାଦେଶରେ ବିଭକ୍ତ ହୋଇସାରିଛି …. ବର୍ତ୍ତମାନ ସମୟ ଆସିଛି ସିନ୍ଧୁଦେଶ, ବାଲୁଚିସ୍ତାନ ଏବଂ ପିଓକେକୁ ଭାରତ ସହିତ ମିଶ୍ରଣ କରିବାର ସମୟ।”

   Related Posts