Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସୋନିଆଙ୍କ ଆପତ୍ତି ପରେ ୧୦ମ ପରୀକ୍ଷା ପ୍ରଶ୍ନ ପତ୍ରରୁ ହଟିଲା ବିବାଦୀୟ ପ୍ରଶ୍ନ, ପରୀକ୍ଷାର୍ଥୀଙ୍କୁ ମିଳିବ ପୂରା ନମ୍ବର

13/12/2021 at 11:30 PM

ନୂଆଦିଲ୍ଲୀ ୧୩।୧୨ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ସୋମବାର ନିଜର ଭୁଲ ସ୍ଵୀକାର କରି ଦଶମ ଶ୍ରେଣୀ ପରୀକ୍ଷାରୁ ବିବାଦୀୟ ପ୍ରଶ୍ନକୁ ହଟାଇଛି। ଏଥିସହ ପରୀକ୍ଷାର୍ଥୀଙ୍କୁ ଏହାର ପୂରା ମାର୍କ ଦେବାକୁ ଘୋଷଣା କରିଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ରାୟବରେଲୀରୁ ସାଂସଦ ସୋନିଆ ଗାନ୍ଧୀ ସିବିଏସଇ ଦଶମର ବୋର୍ଡ ପରୀକ୍ଷାରେ ଆସିଥିବା ବିବାଦୀୟ ପ୍ରଶ୍ନ ଲୋକସଭାରେ ଉଠାଇଥିଲେ। ସେ ଉକ୍ତ ପାରାକୁ ମହିଳା ବିରୋଧୀ ଦର୍ଶାଇଛନ୍ତି। ପ୍ରଶ୍ନ ପ୍ରତ୍ୟାହାର କରିବା ସହ ଶିକ୍ଷା ମନ୍ତ୍ରଣାଳୟ କ୍ଷମା ମାଗିବାକୁ ସୋନିଆ ଦାବି କରିଛନ୍ତି।

ଏହି ଆପତ୍ତିଜନକ ପାରାକୁ ନେଇ ବିରୋଧୀ ସାଂସଦ ଗୃହରେ ହଙ୍ଗାମା ସୃଷ୍ଟି କରିଛନ୍ତି। ଏହା ପରେ ପରେ ସିବିଏସଇ ନିଜର ଭୁଲ୍ ସ୍ଵୀକାର କରି ଉକ୍ତ ପ୍ରଶ୍ନକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଥିସହ ପରୀକ୍ଷାର୍ଥୀଙ୍କୁ ଏହି ପ୍ରଶ୍ନ ଉପରେ ପୂରା ମାର୍କ ଦେବାକୁ ମଧ୍ୟ ଘୋଷଣା କରିଛି।

ସୋନିଆ ଗାନ୍ଧୀ କହିଛନ୍ତି, ଶିକ୍ଷା ମନ୍ତ୍ରଣାଳୟକୁ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍। ସିବିଏସଇର ସିଲାବସରେ ମହିଳାଙ୍କୁ ନେଇ ମଧ୍ୟ ଆପତ୍ତିଜନକ ବିଷୟ  ବସ୍ତୁ ରହିଛି। ଏହାକୁ ତୁରନ୍ତ ହଟାଯିବା ଉଚିତ୍। ମହିଳାଙ୍କ ଅପମାନ ବରଦାସ୍ତ କରାଯାଇ ପାରିବ ନାହିଁ। ଏହି ମାମଲାରେ ସିବିଏସଇ ଓ ଶିକ୍ଷା ମନ୍ତ୍ରଣାଳୟ ମହିଳାଙ୍କ ଅପମାନ ପାଇଁ କ୍ଷମା ମାଗୁ ବୋଲି ଗୃହରେ ସୋନିଆ ଦାବି କରିଥିଲେ।

ସିବିଏସଇର ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷାର ପ୍ରଶ୍ନ ପତ୍ରରେ ଲୈଙ୍ଗିକ ରୁଢିବାଦୀକୁ ପ୍ରୋତ୍ସାହନ ଦେବା ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି କାରଣରୁ ବୋର୍ଡ ଡିସେମ୍ବର ୧୨ ଅର୍ଥାତ ଗତକାଲି ଏହି ମାମଲାରେ ବିଷୟକୁ  ବିଶେଷଜ୍ଞଙ୍କ କମିଟିକୁ ପଠାଇଥିଲେ। ଶନିବାର ଆୟୋଜିତ ଦଶମ ଶ୍ରେଣୀ ପ୍ରଶ୍ନ ପତ୍ରରେ ‘ମହିଳାଙ୍କ ମୁକ୍ତି ପିଲାଙ୍କ ଉପରେ ବାପା-ମାଙ୍କ ଅଧିକାରକୁ ସମାପ୍ତ କରି ଦେଇଛି ଏବଂ ନିଜ ସ୍ଵାମୀଙ୍କ ଚାଲିଚଳନକୁ ସ୍ଵୀକାର କରି ହିଁ ଗୋଟିଏ ମା ନିଜଠୁ ଛୋଟଙ୍କଠୁ ସମ୍ମାନ ପାଇ ପାରିବ’। ଏମିତି ବାକ୍ୟର ବ୍ୟବହାରକୁ ନେଇ ଆପତ୍ତି ଉଠିଥିଲା।

ମହିଳାଙ୍କ ଉପରେ ସିବିଏସଇ ପରୀକ୍ଷାର ପ୍ରଶ୍ନକୁ ନେଇ  ବିବାଦ ପରେ ବୋର୍ଡ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ବିବାଦୀୟ ପ୍ୟାସେଜ୍ ଉପରେ ପୂରା ନମ୍ବର ଦେବାକୁ ନିଷ୍ପତ୍ତି ନେଇଛି। ସିବିଏସଇର ପରୀକ୍ଷା ନିୟନ୍ତ୍ରକ ଡ. ସଂଯମ  ଭରଦ୍ଵାଜ ଏହି ନିର୍ଣ୍ଣୟ ନେଇଛନ୍ତି। ସିବିଏସଇ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଡିସେମ୍ବର ୧୧ରେ ହୋଇଥିବା ପରୀକ୍ଷାରେ ପଚରା ଯାଇଥିବା ପ୍ରଶ୍ନ ଆମ ଗାଇଡ୍‌ଲାଇନ୍‌ ମୁତାବକ ନଥିଲା। ଏହା ଉପରେ ଉଠିଥିବା ପ୍ରଶ୍ନକୁ କମିଟି ନିକଟକୁ ପଠାଯାଇଥିଲା। କମିଟି ଏହି ପ୍ରଶ୍ନକୁ ହଟାଇବା ଏବଂ ଏହି ପ୍ୟାସେଜ୍ ପାଇଁ ସମସ୍ତ ଛାତ୍ରଙ୍କୁ ପୂରା ନମ୍ବର ଦେବାକୁ ନିଷ୍ପତ୍ତି ନେଇଛି।

   Related Posts