LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଣ୍ଟ୍ରୋଲ୍‌ରୁ ମିଳୁଛି ପ୍ଲାଷ୍ଟିକ୍ ଚାଉଳ; ଅସନ୍ତୁଷ୍ଟ ଅଞ୍ଚଳବାସୀ, ପ୍ରଶାସନିକ ହସ୍ତକ୍ଷେପ ଦାବି

15/02/2023 at 6:19 PM

ନୀଳଗିରି ୧୫/୦୨: ପ୍ଲାଷ୍ଟିକ ଚାଉଳକୁ ନେଇ ପୁଣି ଗାଁରେ ଆତଙ୍କ। ଚାଉଳ ବସ୍ତାରୁ ବାହାରୁଛି ପ୍ଲାଷ୍ଟିକ୍‌ ତିଆରି ଚାଉଳ। ନିଆଁରେ ତାକୁ ପୋଡ଼ିଲେ ଅଠା ଭଳି ହେବା ସହ ପାଣିରେ ପକାଇଲେ ତାହା ଭାସୁଛି। ଏହି ଚାଉଳ ଖାଇ ଅଞ୍ଚଳବାସୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଏପରି ପ୍ଲାଷ୍ଟିକ୍‌ ଚାଉଳ କଣ୍ଟ୍ରୋଲ୍‌ରୁ ମିଳୁଥିବା କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ। ଏପରି ଖବର ସାମ୍ନାକୁ ଆସିବା ପରେ ୨୦୦ରୁ ଅଧିକ ପରିବାର କଣ୍ଟ୍ରୋଲ ଚାଉଳରେ ଭାତ ରାନ୍ଧିବା ବନ୍ଦ କରିଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଭଉଁରିଆବାଡ଼ ପଞ୍ଚାୟତରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଖବର ଅନୁସାରେ, ବୟାରସାହି ଗାଁର କିଛି ମହିଳା ଗତ ରବିବାର କାନ୍ଥ ସିମୁଳିଆ ଗାଁର ଡିଲର ବୁଦ୍ଧିରାମ ସିଂଙ୍କ ଠାରୁ କଣ୍ଟ୍ରୋଲ୍‌ ଚାଉଳ ଆଣିଥିଲେ। ଏହି ଚାଉଳ ରାନ୍ଧିବା ପରେ ଭାତରୁ ଦୁର୍ଗନ୍ଧ ବାହାରିଥିଲା। କେବଳ ସେତିକି ନୁହେଁ ଖାଇବା ପରେ ମଧ୍ୟ ସେମାନେ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ।ପରେ ଏନେଇ ସେମାନେ ପଡୋଶୀଙ୍କ ସହ ଆଲୋଚନା କରି ଚାଉଳକୁ ଯାଞ୍ଚ କରିଥିଲେ। ଫଳରେ ସେଥିରୁ କିଛି ଚାଉଳ ଅଲଗା ରଙ୍ଗର ଦେଖିବାକୁ ମିଳିଥିଲା। ସେହି ଚାଉଳ ପାଣିରେ ପକାଇବାରୁ ଭାସିଥିଲା। ସେଥିରେ ନିଆଁ ଲଗାଇବାରୁ ଜଳି ପ୍ରତ୍ୟକ ଜିନିଷରେ ଲାଖି ଯାଉଥିଲା। ସେଥିରେ ଅଠା ଅଂଶ ମଧ୍ୟ ଦେଖିବାକୁ ମିଳିଥିଲା।

କିନ୍ତୁ ଭଲ ଚାଉଳ ତୁଳନାରେ ଏହି ଚାଉଳର ସ୍ୱାଦ ମଧ୍ୟ ଅଲଗା ରହିଛି ରୋଷେଇ କଲାବେଳେ ତେଲିଆ ଅଂଶ ବାହାରୁଛି। ସେହିଭଳି କେବଳ ଭଉଁରିଆବାଡ଼ ପଞ୍ଚାୟତ ନୁହେଁ ଅନେକ ଗାଁରେ ଏହି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଡ଼ିଲର ଚାଉଳ ପ୍ଲାଷ୍ଟିକ ଦେଇଥିବା ସନ୍ଦେହ କରି ଅଞ୍ଚଳବାସୀ ଦିନ ହେଲା ରୋଷେଇ କରିନାହାଁନ୍ତି। ସ୍ଥାନୀୟ ପ୍ରଶାସନ ଚାଉଳର ମାନ ଯାଞ୍ଚ କରି ସ୍ପଷ୍ଟୋକ୍ତି ଦେଲେ ଲୋକମାନେ ଆଶ୍ୱସ୍ତି ଲାଭ କରନ୍ତେ ବୋଲି ଅଞ୍ଚଳବାସି ଦାବି କରିଛନ୍ତି।

   Related Posts