ଛଟେଇ ଶ୍ରମିକଙ୍କୁ ନିଯୁକ୍ତି ଦାବିରେ ଧାରଣା; ଦାବି ପୁରଣ ନହେଲେ କହିଲେ...

Published By : Prameya-News7 Bureau | October 19, 2022 IST

ପାରାଦୀପ ୧୯/୧୦: ପାରାଦୀପ ପୁରୁଣା ରେଲ ଷ୍ଟେସନର ସାଇଡ ରନିଂ ରୁମରେ କାର୍ଯ୍ୟରତ ୭ ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଶ୍ରମିକଙ୍କ ଧାରଣା। ଦୀର୍ଘ ୧୭ ବର୍ଷ ହେବ ଏହି ରନିଂ ରୁମରେ ଠିକା ଶ୍ରମିକ ଭାବେ ୫୨ ଜଣ କାମ କରୁଥିଲେ। କିନ୍ତୁ ଗତ ୩ ମାସ ହେଲା ୭ ଜଣଙ୍କୁ ସେଥିରୁ ଛଟେଇ କରାଯାଇଛି। ଶ୍ରମିକମାନେ ଠିକ୍ ଭାବେ ଦରମା ପାଉନଥିବା, ଇପ୍ଏଫ୍ ଇଏସ୍ଆଇ ପାଉନଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କରୁଛନ୍ତି। ଏହି ଶ୍ରମିକଙ୍କ କଥା କେହି କିଛି ଶୁଣୁନାହାନ୍ତି। ଫଳରେ ଶ୍ରମିକମାନେ ବୁଧବାର ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ୭ଜଣ ଛଟେଇ ଶ୍ରମିକଙ୍କୁ  ପୁଣିଥରେ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ପୁରଣ କରା ନଯାଇଛି ଧାରଣା ହଟିବ ନାହିଁ ବୋଲି କୁହାଯାଇଛି।  ଯଦି ଦାବି ପୁରଣ ନହୁଏ ଶ୍ରମିକମାନେ ଜୀବନ ହାରିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.