ଠିକା ସଂସ୍ଥାର ମନମାନୀ, ସରୁନି ଗ୍ୟାସ୍‌ ପାଇପ୍ ବିଛା କାମ, ରାସ୍ତା ନଷ୍ଟ ହେବାରୁ ଲୋକେ ହନ୍ତସନ୍ତ

Published By : Prameya-News7 Bureau | October 23, 2022 IST

ଯାଜପୁରରୋଡ: ପାଇପଲାଇନ୍ ଯୋଗେ ଗ୍ୟାସ୍ ଯୋଗାଣ ପାଇଁ ବ୍ୟାସନଗର ସହରରେ ପାଇପ୍ ବିଛା କାର୍ଯ୍ୟ ଜାରି ରହିଛି। ହେଲେ ଏହି କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନମାନୀ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୨ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ମୁଖ୍ୟ ରାସ୍ତା ନଷ୍ଟ ହେଉଛି। ରାସ୍ତା ଉପରେ କରାଯାଉଥିବା ବଡ଼ ବଡ଼ ଗାତ ସଠିକ୍ ଭାବରେ ପୋତା ଯାଉନାହିଁ। ଫଳରେ ଲୋକେ ଦୈନିକ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଅନ୍ୟାନ୍ୟ ସମସ୍ୟା ଭୋଗ କରୁଛନ୍ତି। ଏଥିସହିତ ରାସ୍ତା ଖୋଳିବା ଯୋଗୁଁ ପାଣି ପାଇପ୍, ଫୋନ୍ ଲାଇନ୍ ଓ ଇଣ୍ଟରନେଟ କେବୁଲ୍ ଆଦି ନଷ୍ଟ ହେଉଛି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

{"id":699394,"sizeSlug":"full","linkDestination":"none"}

ଯାଜପୁର ଜିଲ୍ଲା ବ୍ୟାସନଗର ସହରାଞ୍ଚଳରରେ ଘରକୁ ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍ ଯୋଗାଣ ପାଇଁ ଏଠାରେ ପାଇପ୍ ବିଛା କାର୍ଯ୍ୟ ଜାରି ରହିଛି। ହେଲେ ଗେଲ (GAIL : Gas Authority of India Limited) ଅଧିନରେ ଏହି କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଭାରତ ଗ୍ୟାସ୍ ରିସୋର୍ସେସ୍ ଲିମିଟେଡ଼ର ମନମାନୀ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସହରର ମୁଖ୍ୟ ରାସ୍ତା ଗୁଡ଼ିକ ଉପରେ ମୋଟା ମୋଟା ପାଇପ୍ ପଡ଼ି ରହିଛି। ଏଥିସହିତ ପାଇପ୍ ଭର୍ତ୍ତି ପାଇଁ ରାସ୍ତା ଉପରେ କରାଯାଉଥିବା ଗାତ ଗୁଡ଼ିକୁ ମଧ୍ୟ ପୋତା ଯାଉନାହିଁ। ଫଳରେ ରାସ୍ତା ସଂକୁଚିତ ହେଉଥିବା ବେଳେ ଲୋକେ ଦୈନିକ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଅନ୍ୟାନ୍ୟ ସମସ୍ୟା ଭୋଗ କରୁଛନ୍ତି। ପ୍ରତ୍ୟେକ ଦିନ ଲୋକଙ୍କ ଧନ ଜୀବନ ବିପଦ ମୁହଁକୁ ଟାଣିହେଇଯାଉଛି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି।

{"id":699395,"sizeSlug":"full","linkDestination":"none"}

ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍ ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ପ୍ରଥମେ ଅର୍ବାନ ଏରିଆ ବା ସହରାଞ୍ଚଳରେ ପାଇପ୍ ଲାଇନ୍ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ନିକଟରେ ଥିବା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପାଥେୟ କରି ବ୍ୟାସନଗର ଏକ ବ୍ୟସ୍ତବହୁଳ ସହର ହୋଇଥିବା ବେଳେ ଏହାର ମୁଖ୍ୟ ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର ଯାତାୟାତ କରିଥାଏ। ହେଲେ ମୁଖ୍ୟ ରାସ୍ତା ଖୋଳି ଦେବା ଯୋଗୁଁ ରାସ୍ତା ସଂକୁଚିତ ହେବା ସହ ଦୁର୍ଘଟଣା ବି ଘଟୁଛି। ସାଧାରଣ ଲୋକଙ୍କ ଟିକସ ଟଙ୍କାରେ ନିର୍ମାଣ ହେଉଥିବା ରାସ୍ତା ମଧ୍ୟ ନଷ୍ଟ ହେଉଛି। ଏହା ସହିତ ମାଟି ତଳେ ଯାଇଥିବା ପାଣି ପାଇପ୍, ଫୋନ୍ ଲାଇନ୍ କେବୁଲ୍ ଓ ଇଣ୍ଟରନେଟ କେବୁଲ୍ ଆଦି ନଷ୍ଟ ହେଉଛି। ଏଥିପ୍ରତି ସତେଯେମିତି କାହାରି ନିଘା ନାହିଁ।

{"id":699396,"sizeSlug":"full","linkDestination":"none"}

ଏହି କାର୍ଯ୍ୟ କରୁଥିବା ସଂସ୍ଥା ବିରୋଧରେ ସ୍ଥାନୀୟ ସିଭିଲ ସୋସାଇଟି ପକ୍ଷରୁ ଯାଜପୁର ରୋଡ଼ ଥାନା ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ସିଭିଲ ସୋସାଇଟି, ସହରବାସୀ ଓ ଭାରତ ଗ୍ୟାସ୍ ରିସୋର୍ସେସ୍ କତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇ ସମ୍ପୃକ୍ତ ସଂସ୍ଥାକୁ ତାଗିଦ୍ କରାଯାଇଛି। ଖୁବଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ଆହୁରି ଅନେକ ଧନ ଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.