scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଯନ୍ତ୍ରୀଙ୍କୁ ମାଡ ଘଟଣା : ଜଣେ ଠିକାଦାର ଗିରଫ

9/06/2023 at 5:35 PM

ଉଦଳା ୯।୬: ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆସିଷ୍ଟାଣ୍ଡ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ଠିକାଦାର ମାଡ଼ ମାରିବା ଘଟଣାରେ ଏବେ ବିବାଦ ଘନାଇବାରେ ଲାଗିଛି । ଗୁରୁବାର ଉଦଳା ବ୍ଲକ ଏଇଇଙ୍କୁ କିଛି ଠିକାଦାର ବିଲ୍ ପାସ୍ କରିବାରେ ବିଳମ୍ବ କରିବା କାରଣରୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଡ଼ ମାରିବା ସହିତ ଠେଲାପେଲା କରିଥିଲେ । ଏହି ଘଟଣାର ସମାଧାନ କରିବେ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେବା ସହିତ ଉତ୍ତ୍ୟକ୍ତ ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ । ହେଲେ କୌଣସି ନିଷ୍କର୍ସ ନବାହାରିବାରୁ ଏନେଇ ଏଇଇ ସୁବାଷ ପ୍ରକାଶ ସାହୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ଜଣେ ଠିକାଦାର ବଡ଼ସିଙ୍ଗାରିଆ ପଞ୍ଚାୟତର ରସାନନ୍ଦ ସାହୁଙ୍କୁ ଗିରଫ କରିଛି । ଠିକାଦାର ଗିରଫ ହେବା ପରେ ଚିହିଁକି ଉଠିଛନ୍ତି ଜନ ପ୍ରତିନିଧି ।

ଉଦଳା ବ୍ଲକ ଅଧୀନରେ ଥିବା ସମସ୍ତ ୧୨ ଗୋଟି ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟଙ୍କ ସହିତ ଉଦଳା ବ୍ଲକ ଚେୟାରମ୍ୟାନ ଓ ଉପାଧ୍ୟକ୍ଷ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଭେଟି ସମ୍ପୃକ୍ତ ଯନ୍ତ୍ରୀ ସୁବାଷ ପ୍ରକାଶ ସାହୁଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ପୋଲିସ ବ୍ଲକରେ ପହଞ୍ଚି ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏଇଇ ଆଣିଲେ ସାଙ୍ଘାତିକ ଅଭିଯୋଗ । ଠିକାଦାର ଏବଂ ଜନପ୍ରତିନିଧିମାନେ ଉନ୍ନୟନମୂଳକ କାମ ନିମ୍ନମାନର କରୁଥିବା ବେଳେ ସେମାନେ କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଏବଂ ଫିଲଡ ଭେରିଫିକେସନ ନ କରି ବିଲ୍ ପାସ୍ କରିବାକୁ ବାଧ୍ୟ କରୁଥିବା କଥା କହିଛନ୍ତି । ତେଣେ ବିଡ଼ିଓ ଏହି ଘଟଣାର ପୋଲିସ ତଦନ୍ତ କରୁଛନ୍ତି ଏବଂ ସରକାରୀ କାର୍ଯ୍ୟାଳୟରେ ଜଣେ ସରକାରୀ ଅଧିକାରୀଙ୍କୁ ଏପରି ମାଡ଼ ମାରିବା ଘଟଣା ହେଲେ ଅଧିକାରୀ କାମ କେମିତି କରିବେ ବୋଲି କହିଛନ୍ତି । ପୋଲିସ ଗୁରୁବାର ଆକ୍ରମଣ ସମୟର ସମସ୍ତ ତଥ୍ୟ ସଂଗ୍ରହ କରୁଥିବା ବେଳେ ଖୁବଶୀଘ୍ର ଅଧିକ ଆକ୍ରମଣକାରୀ ଗିରଫ ହେବେ ବୋଲି କହିଛନ୍ତି ।

You Can Read :

   Related Posts