କେନ୍ଦ୍ର ସରକାରଙ୍କ ଲାଗି ଖୁସି ଖବର, ଲଗାତାର ଦ୍ୱିତୀୟମାସରେ GST କଲେକ୍ସନ ଟପିଲା ୧ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | January 01, 2020 IST

ନୂଆଦିଲ୍ଲୀ ୧।୧: ଅର୍ଥବ୍ୟବସ୍ଥାନେଇ ନକରାତ୍ମକ ଖବର ମଧ୍ୟରେ ସରକାରଙ୍କୁ ମିଳିଛି ଏକ ଶୁଭ ଖବର । ଜିଏସଟି କଲେକ୍ସନ ଲଗାତାର ଦ୍ୱିତୀୟମାସରେ ୧ଲକ୍ଷ କୋଟି ଟଙ୍କା ପାର କରିଛି। ଗତ ଡିସେମ୍ବର ମାସରେ ଦେଶରେ ୧ଲକ୍ଷ ୩ ହଜାର ୧୮୪ କୋଟି ଟଙ୍କା କେବଳ ଜିଏସଟି ବାବଦରେ ଆଦାୟ ହୋଇଛି। ଏହା ପୂର୍ବରୁ ଗତ ନଭେମ୍ବର ମାସରେ ପ୍ରଥମ ଥର ଜିଏସଟି ସଂଗ୍ରହ ୧ଲକ୍ଷ ୩ ହଜାର ୪୯୨ କୋଟି ଟଙ୍କାକୁ ଛୁଇଁଥିଲା।

{"id":205521,"sizeSlug":"large"}

ଜିଏସଟି ସଂଗ୍ରହରେ ଅରୁଣାଚଳ ପ୍ରଦେଶ ୧୨୪ ପ୍ରତିଶତ ଆଦାୟ ଦେଇଥିବା ବେଳେ ନାଗାଲ୍ୟାଣ୍ଡ ୮୮ ପ୍ରତିଶତ, ଜମ୍ମୁ-କାଶ୍ମୀର ୪୦ ପ୍ରତିଶତ ଜିଏସଟି ସଂଗ୍ରହ ହୋଇଛି। ଗତ ସେପ୍ଟେମ୍ବର ମାସରେ ଜିଏସଟି ଶୁଳ୍କ ଆଦାୟ ହାର ହ୍ରାସ ଦେଖା ଦେଇଥିଲା। ଏହିମାସରେ ସଂଗ୍ରହ ହାର ୨.୭ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଅକ୍ଟୋବରରେ ୫.୩ ପ୍ରତିଶତ ହ୍ରାସ ହୋଇଥିଲା। ଗତ ନଭେମ୍ବରମାସରେ କେନ୍ଦ୍ରୀୟ ସ୍ତରରେ ଜିଏସଟି ସଂଗ୍ରହ ୧୯,୫୯୨କୋଟି ଟଙ୍କା ଥିବା ବେଳେ ଏହି ସମୟରେ ରାଜ୍ୟସ୍ତରେର ଜିଏସଟି ସଂଗ୍ରହ ୨୭,୧୪୪ କୋଟି ଟଙ୍କା ଥିଲା। ତେବେ ସମନ୍ୱୀତ ଜିଏସଟି ସଂଗ୍ରହ ୪୯ ହଜାର ୨୮ କୋଟି ଟଙ୍କା ରହିଥିବା ଜଣାପଡିଛି।

{"id":205522,"width":576,"height":370,"sizeSlug":"large"}

ଡିସେମ୍ବର ମାସରେ ଆଇଡିଏସଟି ଇମ୍ପୋର୍ଟସ୍ ହିସାବରେ ମୋଟ ୯ ପ୍ରତିଶତ ଅଭିବୃଦ୍ଧି ହୋଇଛି। ତେବେ ଆଇଜିଏସଟି ଇମ୍ପୋର୍ଟସ ହିସାବରେ ବୃଦ୍ଧି ୧୦ ପ୍ରତିଶତ ବିଯୁକ୍ତାତ୍ମକ ଥିଲା। ତେବେ ନଭେମ୍ବରମାସ ବେଳକୁ ଏଥିରେ ଅନେକ ସୁଧାର ହେବା ସହ ଶୁଳ୍କ ସଂଗ୍ରହ ହାର ବୃଦ୍ଧି ହୋଇଛି। ତେବେ ଅକ୍ଟୋବର ମାସ ବେଳକୁ ଏଥିରେ ୨୦ ପ୍ରତିଶତ ହ୍ରାସ ହୋଇଥିବାର ରେକର୍ଡ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.