ଚୀନ୍‌କୁ ବିପଜ୍ଜନକ ସାମଗ୍ରୀ ପଠାଉଛି ପାକିସ୍ତାନ, ମୁନ୍ଦ୍ରା ପୋର୍ଟରେ କଣ୍ଟେନର ଜବତ, ଖୋଳତାଡ଼ କରୁଛି କଷ୍ଟମ ବିଭାଗ

Published By : Prameya-News7 Bureau | November 20, 2021 IST

 ନୂଆଦିଲ୍ଲୀ, ୨୦/୧୧: କିଛିଦିନ ପୂର୍ବରୁ ଗୁଜୁରାଟ ବନ୍ଦରରେ ଜବତ ହୋଇଥିଲା ୨୧ ହଜାର କୋଟି ଟଙ୍କାରୁ ଅଧିକ ଦାମ୍‌ର ହେରୋଇନ୍‌ । ପାଖାପାଖି ୩ ହଜାର କେଜିର ହେରୋଇନ୍‌ ଧରି ଆସିଥିବା ଆଫଗାନି କଣ୍ଟେନର୍‌କୁ ଜବତ କରାଯାଇଥିଲା । ଆଦାନୀ ଗ୍ରୁପ୍‌ ପରିଚାଳିତ କଚ୍ଛ ଜିଲ୍ଲାର ମୁନ୍ଦ୍ରା ବନ୍ଦରରେ ଏତେ ପରିମାଣର ନିଶାଦ୍ରବ୍ୟ ଧରାପଡ଼ିବା ପରେ ଯା଼ଞ୍ଚ କଡ଼ାକଡ଼ି କରାଯାଇଥିଲା । ଫଳରେ ଆଜି ପାକସ୍ତାନର ଏକ କଣ୍ଟେନରକୁ ଜବତ କରାଯାଇଛି । ଏହି କଣ୍ଟେନର ଚୀନ୍‌କୁ ପାକିସ୍ତାନରୁ ବିପଜ୍ଜନକ ସାମଗ୍ରୀ ନେଇ ଯାଉଥିବା ଜଣାପଡ଼ିଛି ।

ଏକ ବିଦେଶୀ ଜାହଜ ଉପରେ ଲୋଡ ହୋଇଥିବା ସନ୍ଦିଗ୍ଧ ରେଡିଓଧର୍ମୀ ସାମଗ୍ରୀ ଭର୍ତ୍ତି କଣ୍ଟେନରର ଖବର ରାଜସ୍ୱ ନିର୍ଦ୍ଦେଶାଳୟ ଏବଂ କଷ୍ଟମ ବିଭାଗର ହାତରେ ଲାଗିଥିଲା । ଏହି ସାମଗ୍ରୀକୁ ଜାହାଜରୁ ଜବତ କରି ଦୁଇ ବିଭାଗର ଅଧିକାରୀ ଆଗକୁ ଯାଞ୍ଚ କରିବା ପାଇଁ ନେଇଥିବା ଜଣାପଡ଼ିଛି । ଆଦାନୀ ସମୂହ ପକ୍ଷରୁ ରାଜସ୍ୱ ବିଭାଗର ଗୁପ୍ତଚର ବିଭାଗ ଏବଂ କଷ୍ଟମ ବିଭାଗ ମିଳିତ ଭାବେ ଏହି କଣ୍ଟେନରର ଯାଞ୍ଚ କରୁଥିବା କୁହାଯାଇଛି । ଏହି କଣ୍ଟେନରର ଉପରେ ବିପଜ୍ଜନକ ସାମଗ୍ରୀର ୭ ନମ୍ୱର ଚିହ୍ନ ରହିଛି । ଯାହାକି ରେଡ଼ିୟମଧର୍ମୀ ସାମଗ୍ରୀର ସଙ୍କେତ ।

ଏହି କଣ୍ଟେନର ମୁନ୍ଦ୍ରା ବନ୍ଦର କିମ୍ବା ଦେଶର ଅନ୍ୟ କୌଣସି ବନ୍ଦରକୁ ପଠାଯାଇ ନଥିଲା । ଏହାକୁ କରାଚିରୁ ଚାଇନାର ସାଂଘାଇକୁ ପଠାଯାଉଥିଲା । ସରକାରୀ କର୍ମଚାରୀମାନେ ପରୀକ୍ଷା ପାଇଁ ମୁନ୍ଦ୍ରା ବନ୍ଦରରେ ଏହି କଣ୍ଟେନର ଗୁଡ଼ିକୁ ଅନଲୋଡ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.