କଟକ ହରିଅନ୍ତାରୁ ପରିତ୍ୟକ୍ତ କଣ୍ଟେନର ଉଦ୍ଧାର ; କଣ୍ଟେନରରୁ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ସାମଗ୍ରୀ ଜବତ

Published By : Prameya-News7 Bureau | October 08, 2018 IST

କଟକ ୮/୧୦ : କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ହରିଆନ୍ତା ପଂଚାୟତ ତରତ ଗ୍ରାମ ନିକଟରୁ ଏକ ପରିତ୍ୟକ୍ତ କଣ୍ଟେନର ଉଦ୍ଧାର କରାଯାଇଛି। କଣ୍ଟେନର ମଧ୍ୟରେ ବହୁ ମୂଲ୍ୟବାନ ମୋଟର ଭାଲବ, ଚେମିକାଲ, ଓ ବହୁ ମେସିନ ର ପାର୍ଟସ ରହିଥିବା ଦେଖାଯାଇଛି । କଣ୍ଟେନର ଟି ଗତି ଟ୍ରାନ୍ସପୋର୍ଟ କମ୍ପାନୀ ର ଏବଂ ସାମଗ୍ରୀ ଗୁଡିକ ଗୁଜୁରାଟ ଭଡୋଦର ! ଜିଲ୍ଳା ସାଲଭି ରୁ ପାରାଦୀପର ଏକ କମ୍ପାନୀ କୁ ଯାଉଥିବାର ଜଣାପଡିଛି । ଟ୍ରକ ରେ ଥିବା ମୂଲ୍ୟବାନ ମୋଟର ଓ ଅନ୍ୟ ସାମଗ୍ରୀ ଗୁଡିକୁ ଲୁଟ କରିବା ଉଦ୍ୟେଶରେ କେହି ଏହାକୁ ଅପହରଣ କରି ଏପରି ଏକ ନିକାଚଞ୍ଚ ଜାଗାରେ ରଖି ଥିବାର ସନ୍ଦେହ କରାଯାଉଛି । କଣ୍ଟେନର ଖୋଲାଯାଇ କିଛି ସାମଗ୍ରୀ ଲୁଟ କରାଯାଇଛି । କିଛି ମୋଟର ତଳେ ପଡିଥିବାର ଦେଖିବାକୁ ମିଳିଛି।ଘଟଣା ସମ୍ପର୍କରେ କଣ୍ଟେନର ଥିବା ପ୍ଲାଟ ର ମାଲିକ ସୂଚନା ପାଇ ଟାଙ୍ଗି ପୋଲିସ କୁ ଖବର ଦେବାପରେ ଥାନା iic ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କଣ୍ଟେନର ରେ ଥିବା ସାମଗ୍ରୀ ର ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.