ରାସ୍ତାରେ ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ଦୁର୍ଘଟଣାରେ ଜଣେ ମୃତ

Published By : Prameya-News7 Bureau | July 09, 2022 IST

ସାଲେପୁର ୦୯/୦୭: କଟକ ପାରାଦ୍ୱୀପ ରୋଡ଼ର କନ୍ଦରପୁରରେ ମର୍ମନ୍ତୁଦ ଦୁର୍ଘଟଣା । ବଜାରରେ ଆଜି ସକାଳୁ ସକାଳୁ ଘଟିଥିଲା ଏହି ଦୁର୍ଘଟଣା ।

କଟକ ସଦର ବ୍ଲକ ଅନ୍ତର୍ଗତ ନିକଟରେ ଏକ ଅଜଣା ଗାଡି ସହିତ କ୍ଷୀର ବୋଝେଇ କଣ୍ଟେନର ଆକ୍ସିଡେଣ୍ଟ ହେବାରୁ କଣ୍ଟେନରର ହେଲପରଙ୍କ ଘଟଣା ସ୍ଥଳେ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ସ୍ଥଳେ କନ୍ଦରପୁର ପୋଲିସ ପହଞ୍ଚି କ୍ଷୀର ବୋଝେଇ କଣ୍ଟେନରକୁ ରାସ୍ତାରୁ ହଟାଇବା ସହିତ କିଭଳି ଦୁର୍ଘଟଣା ଘଟିଲା ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.