ଚଳନ୍ତା କଣ୍ଟେନରରେ ନିଆଁ : ସର୍ଟ ସର୍କିଟ ସନ୍ଦେହ

Published By : Prameya-News7 Bureau | March 21, 2019 IST

ସୁନ୍ଦରଗଡ଼ ୨୧/୩: ସୁନ୍ଦରଗଡ଼ କୁତ୍ରା ଥାନା  କଟଙ୍ଗରେ ଚଳନ୍ତା କଣ୍ଟେନରରେ  ନିଆଁ ଲାଗିଯାଇଥିବା ବେଳେ ଗାଡିଟି ଅଧା ଜଳି ଯାଇଛି । ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

{"id":95429,"width":593,"height":340}

କଣ୍ଟେନରଟି ଓଁ ସାଇ ରାମ କଣ୍ଟ୍ରକ୍ସନର ହୋଇଥିବାବେଳେ ରାଉରକେଲା କୁଆରମୁଣ୍ଡାରୁ ସମ୍ବଲପୁର ଜିଲା କୁଚିଣ୍ଡା ଯାଉଥିଲା ।  କଣ୍ଟେନର ଭିତରେ ଡ୍ରିଲ ମେସିନ ଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ । କଣ୍ଟେନରର କେବିନ ସମ୍ପୂର୍ଣ ଜଳିଯାଇଛି ।

{"id":95430,"width":590,"height":339}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.