ଜୟପୁର ୨୨।୭: ଜୟପୁର ଖାଉଟି ଅଦାଲତର ଗୁରୁତ୍ୱପୂର୍ଣ୍ଣ ରାୟ । ଭିନ୍ନ ଭିନ୍ନ ଦୁଇଟି ମାମଲାରେ OLA ଏବଂ IFFCO-TOKIO କମ୍ପାନୀକୁ କଲେ ଦଣ୍ଡିତ । ଗୁପ୍ତ ପ୍ରସାଦ ନାମକ ଜଣେ ବ୍ୟକ୍ତି OLA କମ୍ପାନୀ ଠାରୁ ଗୋଟିଏ EV କିଣିଥିଲେ । ତେବେ ସପ୍ତାହକ ମଧ୍ୟରେ ଏଥିରେ ତ୍ରୁଟି ଦେଖା ଦେଇଥିଲା । ଗାଡିର ବ୍ୟାଟେରୀ ଚାର୍ଜ ହୋଇନଥିଲା । କମ୍ପାନୀ କର୍ତ୍ତୃପକ୍ଷ ଏହାର ମରାମତି କରିଥିଲେ ବି ସମସ୍ୟା ଦୂର ହେଲାନି । ଶେଷରେ ଏନେଇ ଗ୍ରାହକ ଗୁପ୍ତ ପ୍ରସାଦ ମିଶ୍ର ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ । ଖାଉଟି ଅଦାଲତ ଏହାର ବିଚାର କରି OLA କମ୍ପାନୀକୁ ଦଣ୍ଡିତ କରିଛନ୍ତି । ଗ୍ରାହକଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଗାଡି ବାବଦକୁ ଏବଂ ୨୫ ହଜାର ଟଙ୍କା ଜରିମାନା ସହ ୧୦ ହଜାର ଟଙ୍କା ଅନ୍ୟାନ୍ୟ ବାବଦକୁ ଖର୍ଚ୍ଚ ଗ୍ରାହକଙ୍କୁ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି IFFCO-TOKIO କମ୍ପାନୀକୁ ମଧ୍ୟ ଦଣ୍ଡିତ କରିଛନ୍ତି କୋର୍ଟ । ଉପେନ୍ଦ୍ର ପାଢୀ ନାମକ ଜଣେ ବ୍ୟକ୍ତି ଏହି କମ୍ପାନୀ ଠାରୁ ସ୍ବାସ୍ଥ୍ୟ ବୀମା କରିଥିଲେ ବି ସେ ଏକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ସମୟରେ ବୀମା କମ୍ପାନୀ ତାଙ୍କ ଖର୍ଚ୍ଚ ବାବଦର ଟଙ୍କା ଦେଇନଥିଲା । ତେଣୁ ଏହି ଘଟଣାର ଶୁଣାଣି କରି ମୋଟ୍ ୪ ଲକ୍ଷ ଟଙ୍କା ଗ୍ରାହକ ଉପେନ୍ଦ୍ର ପାଢୀଙ୍କୁ ପୈଠ କରିବାକୁ ସଂପୃକ୍ତ ବୀମା କମ୍ପାନୀକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
You Can Read:
FM କଲେଜ ଘଟଣାରେ ଏସ୍ଆଇଟି ଗଠନ ଆବେଦନକୁ ହାଇକୋର୍ଟଙ୍କ ଅଗ୍ରାହ୍ୟ, ସେପଟେ ଦୁଇ ବିରୋଧୀ ଦଳକୁ ନୋଟିସ୍