ନୂଆଦିଲ୍ଲୀ: ଗ୍ରାମୀଣ କ୍ଷେତ୍ରରେ ଖର୍ଚ୍ଚ କ୍ଷମତା ବୃଦ୍ଧି ଯୋଗୁଁ ଜୁଲାଇ-ସେପ୍ଟେମ୍ୱର ତ୍ରୈମାସରେ ଭାରତର କଞ୍ଜ୍ୟୁମର ଗୁଡ୍ସ ସେକ୍ଟରର ମୂଲ୍ୟରେ ୯ ପ୍ରତିଶତ ବୃଦ୍ଧି ହୋଇଛି । ମଙ୍ଗଳବାର NielsenIQ ଦ୍ୱାରା ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି । ମାର୍କେଟ୍ ରିସର୍ଚ୍ଚ ଫାର୍ମ ରିପୋର୍ଟ ଅନୁସାରେ, ଗ୍ରାମୀଣ ବଜାରରେ ସୁଧାର ଜାରି ରହିଛି । ବିକ୍ରି ମାତ୍ରା (Sales Volume) ଜୁନ୍ ତ୍ରୈମାସରେ ୪ ପ୍ରତିଶତ ବଢି ଜୁଲାଇ-ସେପ୍ଟେମ୍ୱରରେ ୬.୪ ପ୍ରତିଶତ ହୋଇଛି ।
ଗତ ଚାରି ମାସରେ ଗ୍ରାମୀଣ ବଜାରର ଭଲ୍ୟୁମ୍ ପ୍ରାୟ ୨ରୁ ୫ ପ୍ରତିଶତ ଖସି ଥିଲା । ଦୁଗ୍ଧ ଓ ଗହମ ଅଟାର ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ରାମୀଣ ଭାରତରେ ଉପଭୋକ୍ତା ବସ୍ତୁ ଚାହିଦା ଆହ୍ୱାନର ସାମନା କରିଥିଲା । ଲୋକମାନେ ଜରୁରୀ ଓ ଅଣ-ଜରୁରୀ ଉଭୟ ସାମଗ୍ରୀ ପାଇଁ ଖର୍ଚ୍ଚ କମ କରିବାକୁ ବାଧ୍ୟ ହୋଇଥିଲେ ।
ପଢନ୍ତୁ: ବିଶ୍ୱ ବ୍ୟାଙ୍କ ପରେ ଏବେ UN ମଧ୍ୟ ମାନିଲେ, ଆର୍ଥିକ ଅଭିବୃଦ୍ଧିରେ ଚଳିତବର୍ଷ ଭାରତ ହେବ ନମ୍ବର-୧
ବିଶେଷଜ୍ଞଙ୍କ ମତରେ ମନ୍ଥର ମୂଲ୍ୟ ବୃଦ୍ଧି, ବେରୋଜଗାରୀରେ ହ୍ରାସ ଓ ରୋସେଇ ଗ୍ୟାସ୍ ମୂଲ୍ୟ କମ କରିବା ନେଇ ସରକାରଙ୍କ ଘୋଷଣା ଖାଉଟିଙ୍କୁ ଖର୍ଚ୍ଚ କରିବା ଇଚ୍ଛାକୁ ବଢାଇଛି । ଭାରତ ଖୁଚୁରା ଦର ବୃଦ୍ଧି ଜୁଲାଇରେ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । କିନ୍ତୁ ଅଗଷ୍ଟ ଓ ସେପ୍ଟେମ୍ୱରରେ ଏଥିରେ ହ୍ରାସ ଘଟିଥିଲା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନମି ଡାଟା ଅନୁସାରେ, ସେପ୍ଟେମ୍ୱରରେ ବେରୋଜଗାରୀ ହାର କମ ହୋଇ ୭.୧ ପ୍ରତିଶତ ହୋଇଥିଲା, କିନ୍ତୁ ଅକ୍ଟୋବରରେ ପୁଣି ବଢି ୧୦ ପ୍ରତିଶତରୁ ଅଧିକ ହୋଇଛି । ଏହି ସବୁ ସତ୍ତ୍ୱେ, ସ୍ଥିତି ଭଲ ହେବାରେ ଲାଗିଛି ।
ରିପୋର୍ଟରେ କୁହାଯାଇଛି ଯେ ପର୍ସନଲ୍ କେୟାର ଓ ହୋମ୍ କେୟାର ପ୍ରଡକ୍ଟ ପରି ବର୍ଗରେ ଉପଭୋକ୍ତା ଖର୍ଚ୍ଚରେ ବୃଦ୍ଧି ଘଟିଛି । ଯାହା ପ୍ରମାଣିତ କରୁଛି ଯେ ଗ୍ରାମୀଣ ଉପଭୋକ୍ତା ଆବଶ୍ୟକ ବସ୍ତୁ ବାହାରେ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି । ତେବେ ଗ୍ରାମୀଣ ବଜାରରେ ବଡ଼ ସୁଧାର ଆସିଥିବା ବେଳେ, ସହରୀ କ୍ଷେତ୍ରରେ ଖର୍ଚ୍ଚରେ ସ୍ଥିର ବୃଦ୍ଧି ହାର ବଜାୟ ରଖିଛି ।
Also Read: ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାରରେ ଥମିଲା ହ୍ରାସ, ଅଭିବୃଦ୍ଧି ଜାରି