ହକି ବିଶ୍ୱକପ୍‌ ପାଇଁ ରାଜଧାନୀରେ ନିର୍ମାଣ କାର୍ଯ୍ୟ ବନ୍ଦ; ରାସ୍ତା ଘାଟ ଖୋଳିବା ଉପରେ କଟକଣା

Published By : Prameya-News7 Bureau | January 03, 2023 IST

ଭୁବନେଶ୍ୱର ୦୩/୦୧: ମାସକ ପାଇଁ ଭୁବନେଶ୍ୱରର ସହରରେ ଆବଶ୍ୟକତା ନଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଯଥାରେ ନିର୍ମାଣ ନାମରେ ରାସ୍ତାଘାଟ ଖୋଳିବା ଉପରେ କଟକଣା ଲାଗିଛି। ଏନେଇ ସମସ୍ତ ଏଜେନ୍ସି ସହ ବିଏମସିର ଆଲୋଚନା ହୋଇଛି। ପ୍ରମୁଖ ରାସ୍ତାର ଉଭୟ ପାଖରେ ଥିବା ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ଓ ଘରକୁ ଆଲୋକରେ ସଜାଇବାକୁ ଲୋକଙ୍କୁ ବିଏମସି ଆହ୍ୱାନ କରିଛି ।

ପୂର୍ବରୁ ବିଭିନ୍ନ ପ୍ରମୁଖ ରାସ୍ତାର ଉଭୟ ପଟକୁ ବିଏମସି ହୋର୍ଡିଂ ମୁକ୍ତ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଏହାଦ୍ୱାରା ସହରର ସୌନ୍ଦର୍ଯ୍ୟକରଣ ଆହୁରି ଅଧିକ ସୁଦୃଢ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି।

ସୂଚନାଥାଉକି, ବିଶ୍ୱକପ ହକି ଆୟୋଜନରେ ସମସ୍ତଙ୍କର ଭୂମିକା ଓ ସହଭାଗିତା ରହିଛି। ସମସ୍ତଙ୍କ ସହଯୋଗରେ ୨୦୧୮ରୁ ଚଳିତ ଥର ମଧ୍ୟ ଆହୁରି ଭଲ ଓ ସଫଳତାର ସହ ଏହି ମେଗା ଇଭେଣ୍ଟର ଆୟୋଜନ ହେବାକୁ ଯାଉଛି। କ୍ରମାଗତ ଦ୍ଵିତୀୟ ଥର କୌଣସି ସହରରେ ବିଶ୍ୱକପ ଆୟୋଜନ କରିବାରେ ଭୁବନେଶ୍ୱର ପ୍ରଥମ ସହର ଭାବେ ଉଭା ହୋଇଛି। ଏନେଇ ଓଡ଼ିଶା ବାସୀ ଗର୍ବିତ। ଭୁବନେଶ୍ୱର ସହରର ସମସ୍ତ ଛୋଟ ବଡ଼ ମାର୍କେଟକୁ କିଭଳି ସୁସଜ୍ଜିତ କରାଯିବ ସେନେଇ ସମସ୍ତ ମାର୍କେଟ ସଙ୍ଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.