scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୋରସୋରରେ ଚାଲିଛି ଏସି ସେଡ୍ ପାଥ୍ ୱେର ନିର୍ମାଣ କାର୍ଯ୍ୟ, ଡିସେମ୍ବର ୨୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ

12/12/2023 at 6:15 PM

ପୁରୀ ୧୨।୧୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଯେତିକି ପାଖାଉଛି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସେତିକି ଜୋରସୋରରେ ଆଗେଇ ଚାଲିଛି । ବିଶେଷ କରି ଭକ୍ତଙ୍କ ସୁବିଧା ପାଇଁ ବଡଦାଣ୍ଡରେ ଏସି ସେଡ୍ ପାଥ୍ ୱେର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ଡିସେମ୍ବର ୨୫ ସୁଦ୍ଧା ଏହି ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ସେହିପରି ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ସାମୟିକ ଭାବେ ବିଶ୍ରାମ ନେବା ପାଇଁ ଏକ ବିଶାଳ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ପ୍ରଶାସନ ଯୋଜନା ରଖିଛି । ପାଖାପାଖି ଅଢ଼େଇ ହଜାର ଭକ୍ତ ଏହି ଅଭ୍ୟର୍ଥନା କେନ୍ଦ୍ରରେ ବସିବା ଭଳି ବ୍ୟବସ୍ଥା କରାଯାଉଥିବା ବେଳେ ସେଠାରେ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେପଟେ ଭକ୍ତଙ୍କ ପାଇଁ ରାଜ୍ୟ ସରକାର ଅନେକ ସୁବିଧା କରୁଥିବାରୁ ଏହାକୁ ସ୍ବାଗତ କରିଛନ୍ତି ଭକ୍ତ, ସେବାୟତ ଓ ଜଗନ୍ନାଥ ପ୍ରେମୀ ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଅଧିକ ସୁବିଧା ଯୋଗାଇଦେବ ଶ୍ରୀମନ୍ଦିର ପ୍ରଶାସନ । ବିଶେଷ କରି ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ କିଛି ସମୟ ବିଶ୍ରାମ ନେବା ସହ‌ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏକ ବିଶାଳ ଅଭ୍ୟର୍ଥନା କେନ୍ଦ୍ରରେ ବିଶ୍ରାମ ନେବାର ବ୍ୟବସ୍ଥା କରାଯାଉଛି । ତେବେ ଶ୍ରୀମନ୍ଦିର ଦୋଳବେଦୀ କୋଣ ନିକଟରେ ଉଚ୍ଛେଦ ହୋଇଥିବା ଭାଟିଆ ଧର୍ମଶାଳା ଓ ଶ୍ରୀକୃଷ୍ଣ ସିନେମା ହଲ୍ ଥିବା ଜାଗାରେ ଏହି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ । ଅଢେ଼ଇ ହଜାର ଭକ୍ତ ବସିବା ଭଳି ଏହି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବାକୁ ଥିବାବେଳେ ଭକ୍ତଙ୍କ ପାଇଁ ଜୋତା ଷ୍ଟାଣ୍ଡ ସହ ଜିନିଷ ପତ୍ର ରଖିବା ପାଇଁ ବ୍ୟବସ୍ଥା ରହିବ । ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା ଏବଂ ଏଲ୍ଇଡି ସ୍କ୍ରିନ ମାଧ୍ୟମରେ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ବିଷୟରେ ଭକ୍ତଙ୍କୁ ସୂଚନା ଦିଆଯିବ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ରହିବ । ଏହାଦ୍ବାରା ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିବା ସମୟରେ ସେଠାରେ ବିଶ୍ରାମ ନେଇପାରିବେ । ତେବେ ଯଥାଶୀଘ୍ର ଏହା ନିର୍ମାଣ କରାଯାଇ ଭକ୍ତଙ୍କ ସୁବିଧାରେ ଲାଗିବ ବୋଲି ପ୍ରଶାସନ ଯୋଜନା କରିଛି । ଅନ୍ୟପଟେ ଭକ୍ତଙ୍କ ପାଇଁ ଏଭଳି ବିଶେଷ ବ୍ୟବସ୍ଥା ହେଉଥିବାରୁ ଏହାକୁ ଭକ୍ତ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ସ୍ବାଗତ କରିଛନ୍ତି ।

ସେପଟେ ବଡ଼ଦାଣ୍ଡ ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଏସି ସେଡ୍ ପାଥ୍ ୱେରେ ଭକ୍ତଙ୍କ ବସିବା ପାଇଁ ବିଶେଷ ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ମାଇକ୍ ଯୋଗେ ବିଭିନ୍ନ ସୂଚନା ପ୍ରଦାନ କରାଯିବ । ଫଳରେ ପ୍ରବଳ ଖରା, ବର୍ଷା, ଶୀତ, ଗରମ ଓ ଗୁଳୁଗୁଳିରୁ ଭକ୍ତମାନେ ରକ୍ଷା ପାଇବା ସହ ଲାଇନରେ ରହିଲେ ମଧ୍ୟ ଆଉ କଷ୍ଟ ପାଇବେ ନାହିଁ । ତେବେ ଆସନ୍ତା ଡିସେମ୍ବର ୨୫ ତାରିଖ ସୁଦ୍ଧା ଏହି ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ମର୍ଚ୍ଚିକୋଟ ଛକ ଯାଏଁ ଏସି ସେଡ୍ ପାଥ୍ ୱେ ନିର୍ମାଣ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ମାର୍କେଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ସେହିପରି ଜଗନ୍ନାଥ ବଲ୍ଲଭ ଠାରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀଦାଣ୍ଡ ପଟେ ମଧ୍ୟ ଏକ ଏସି ସେଡ୍ ପାଥ୍ ୱେ ନିର୍ମାଣ ହେବାର ଯୋଜନା ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

You Can Read :

   Related Posts