ଡ୍ୟୁଟି ସମୟରେ କାର୍ଯ୍ୟରେ ଅବହେଳା, ବାଲି ମାଫିଆ ସହ କଥା ହୋଇ ସସପେଣ୍ଡ ହେଲେ କନେଷ୍ଟବଳ; ସୂଚନା ଦେଲେ ଏସପି

Published By : Prameya-News7 Bureau | November 06, 2023 IST

ବ୍ରହ୍ମପୁର: ଡ୍ୟୁଟି ସମୟରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସପେଣ୍ଡ ହେଲେ କନଷ୍ଟେବଳ। ବ୍ରହ୍ମପୁରର ବାଲି ମାଫିଆ କୃପାସିନ୍ଧୁ ମୁଦୁଲି କୋର୍ଟକୁ ଆସିଥିବା ବେଳେ କନଷ୍ଟେବଳ ଡ୍ୟୁଟିରେ ଥିବା ଏସ୍ ରବି ରେଡ୍ଡୀ ତାଙ୍କୁ ଭେଟିବା ସହ କଥା ହୋଇଥିଲେ। ଆଉ ଏହା କାର୍ଯ୍ୟରେ ଅବହେଳା ହୋଇଥିବାରୁ ତାଙ୍କୁ ସସପେଣ୍ଡ୍ କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ଗିରଫ ପରେ ବାଲି ମାଫିଆ କୃପାସିନ୍ଧୁ ମୁଦୁଲିକୁ କୋର୍ଟରେ ହାଜର ପାଇଁ ଅଣାଯାଇଥିଲା। ଆଉ ଏହି ସମୟରେ କୋର୍ଟ ସଦର ଅଫିସ୍‌ରେ କନେଷ୍ଟବଳ ଭାବେ ନିୟୋଜିତ ଥିବା ଏସ ରବି ତାଙ୍କୁ ଭେଟିବା ସହ କଥାବାର୍ତ୍ତା ହେଉଥିଲେ। ତେବେ ଡ୍ୟୁଟିରେ ଅବହେଳା ଓ ବିନା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଜଣେ ଅଭିଯୁକ୍ତ ସହ କଥାବାର୍ତ୍ତା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଥିବା ବ୍ରହ୍ମପୁର ଏସପି ଶ୍ରାବଣ ବିବେକ ଏମ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅବକାରୀ ବିଭାଗର କଡା କାର୍ଯ୍ୟାନୁଷ୍ଠାନ, ଦୁର୍ନୀତିଗ୍ରସ୍ତ ASIଙ୍କୁ  ଚାକିରିରୁ ବିଦାକଲେ ଅବକାରୀ କମିଶନର

ଆଗକୁ ରବିଙ୍କ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲି ସହ ସମ୍ପର୍କ ନେଇ ଅଧିକ ଖୋଳତାଡ଼ ହେବ। ତାଙ୍କର ଗାଡ଼ି, କାର ସହ ବେପାରରେ କିଛି ସଂପୃକ୍ତି ରହିଛି କି’ ସେନେଇ ଯାଞ୍ଚ ହେବ ବୋଲି ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.