ମାନବିକତା ଦେଖାଇଲେ କନଷ୍ଟେବଳ ସୈଖ ଅରସଦ୍: ମହିଳାଙ୍କୁ ପିଠିରେ ପକାଇ ୬ କିମି ରାସ୍ତା ଅତିକ୍ରମ କଲେ, ଶେଷରେ ହସ୍ପିଟାଲରେ ପହଞ୍ଚାଇଲେ

Published By : Prameya-News7 Bureau | December 25, 2020 IST

ମାଲକାନଗିରି୨୫/୧୨: ମାନବିକତା ଦେଖାଇଲେ ପୋଲିସ କନଷ୍ଟେବଳ ସୈଖ ଅରସଦ୍ । ଜଣେ ୬୮ ବର୍ଷ ବୟସର ମହିଳା ମଙ୍ଗି ନାଗେଶ୍ଵରମ୍ ପ୍ରଭୁ ଭେଙ୍କେଟେଶ୍ବର ସ୍ଵାମୀଙ୍କ ଦର୍ଶନ ଯିବା ବେଳେ ତଳକୁ ଖସି ପଡିଥିଲେ। ଆଉ ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ। ହେଲେ ତାଙ୍କୁ ଡାକ୍ତରଖାନା ନେବା ପାଇ ସେଠାରେ କୌଣସି ଗାଡ଼ି ମୋଟର ନଥିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଆଶା ଏବଂ ଆଶଙ୍କା ଦେଖା ଦେଇଥିଲା।

ଆଉ ହଠାତ୍ ଚମତ୍କାର ହେଲା ଭଳି ପହଞ୍ଚିଯାଇଥିଲେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ପୋଲିସ କନଷ୍ଟେବଳ ସୈଖ ଅରସଦ୍। କନଷ୍ଟେବଳ ଜଣଙ୍କ ଗୁରୁତର ମହିଳାଙ୍କୁ କାନ୍ଧରେ ବୋହି ଖାଲଖମା ରାସ୍ତା ଅତିକ୍ରମ କରି ଦୀର୍ଘ ୬ କିମି ବାଟ ଅତିକ୍ରମ କରି ଚିକିତ୍ସାଳୟ ପହଞ୍ଚିଥିଲେ। ଏହି ଘଟଣା ପରେ ଏବେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା। ଏ ସଂପର୍କରେ ତାଙ୍କୁ ପଚାରିବାରୁ  ସେ କହିଥିଲେ 'ମୁ ଜାତି ଧର୍ମ ଉପରେ ବିଶ୍ବାସ ରଖେନା ମୋ ପାଇଁ ସମସ୍ତେ ସମାନ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.