ହାବିଲଦାର ,କନେଷ୍ଟବଳ, ସିପାହୀ ମହାସଂଘର ପ୍ରେସ ମିଟ୍ , ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ଦାବି
2/11/2018 at 2:19 AM

ପୋଲିସ ଆଇନଜୀବୀ ବିବାଦ ଘଟଣାରେ ହାବିଲଦାର ,କନେଷ୍ଟବଳ, ସିପାହୀ ମହାସଂଘର ପ୍ରେସ ମିଟ୍ । ମୂଳ ମାମଲାରେ ଚାଉଳିଆଗଞ୍ଜ ଥାନା ଆଇ.ଆଇ.ସି.ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ଦାବି କରିଛି ମହାସଂଘ । ଏହାସହ ସାଦା ପୋଷାକରେ ଥିବା ହୋମଗାର୍ଡଙ୍କୁ ଆଇନଜୀବୀଙ୍କ ମାଡ଼ ଘଟଣାରେ ଲାଲବାଗ ଥାନାରେ ୧୯ ଜଣଙ୍କ ନାଁରେ ଏତଲା ରୁଜୁ ହୋଇଛି । ମାଡ ଖାଇଥିବା ହୋମଗାର୍ଡଙ୍କ ସିସିଟିଭି ଫୁଟେଜ୍ ଜାରି କରିଛି ମହାସଂଘ । ଏହି ଘଟଣାରେ ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ମହାସଂଘ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ମହାସଂଘ ଚେତାବନୀ ଦେଇଛି ।