କୁବେର କନେଷ୍ଟବଳ ୬ କୋଟି ୯୭ ଲକ୍ଷ ଟଙ୍କାର ମାଲିକ, ଜାରି ହେଲା ସମ୍ପତ୍ତି ତାଲିକା

Published By : Prameya-News7 Bureau | November 01, 2021 IST

ଭୁବନେଶ୍ବର ୧।୧୧: ଆସିଲା ବହିଷ୍କୃତ କୋଟିପତି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ତାଲିକା । ପ୍ରସନ୍ନ ବେହେରାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ଭିଜିଲାନ୍ସ ଜାରି କରିଛି । ପ୍ରସନ୍ନ ବେହେରା ୬ କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି । ଯାହାକି ନିଜ ଆୟଠାରୁ ୨୨୧ ପ୍ରତିଶତ ଅଧିକ । ଏନେଇ ଭିଜିଲାନ୍ସ ୧୩ (୨), ୧୩ (A) (B), ୧୨ ପିସି ଆକ୍ଟରେ ମାମଲା ରୁଜୁ କରିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ସରକାରୀ ବାସଭବନ, ଭୁବନେଶ୍ବର ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ଦୋକାନ, ଲିଙ୍ଗିପୁର ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ୱାର୍କସପ୍ , ପାତ୍ରପଡା ସ୍ଥିତ ସାଉଥ୍ ସିଟି ବାର ଓ ଖୋର୍ଦ୍ଧାରେ ଥିବା ଦୁଇ ମହଲା ଘର ଉପରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ଚଢାଉ ବେଳେ ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସର ୫ଟି ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କୁବେର କନେଷ୍ଟବଳଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା ।

{"id":536639,"sizeSlug":"large","linkDestination":"none"}
{"id":536640,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.