Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଐତିହାସିକ ରାୟ : ସହମତିଭିତ୍ତିକ ସମଲିଙ୍ଗୀ ଯୌନ ସଂପର୍କକୁ ସ୍ବୀକୃତି ଦେଲେ ସୁପ୍ରିମକୋର୍ଟ

6/09/2018 at 1:44 PM

ନୂଆଦିଲ୍ଲୀ ୬|୯: ସମଲିଙ୍ଗୀ ଯୌନ ସଂପର୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଏଣିକି ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତି ଭିତ୍ତିକ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଫଳରେ ଦେଶରେ ଲେସବିଆନ, ଗେ, ବାଇ-ସେକ୍ସୁଆଲ ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କ ମଧ୍ୟରେ ଆନନ୍ଦ ଖେଳାଇଦେଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ନେଇ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ବ୍ରିଟିଶ ଅମଳରୁ ରହିଥିବା ଭାରତୀୟ ଦଣ୍ଡବିଧି ଆଇନର ୩୭୭ଧାରା ଅକାମୀ ହୋଇପଡିଛି । ସମଲିଙ୍ଗୀ ଯୌନ ସଂପର୍କକୁ ଆଇନ ସମ୍ମତ କରିବା ପାଇଁ ସ୍ବେଚ୍ଛାସେବୀ ସଂଗଠନ ନାଜ୍ ଫାଉଣ୍ଡେସନ୍ ପ୍ରଥମଥର ଲାଗି ସ୍ବର ଉଠାଇ ୨୦୦୧ ମସିହାରେ କୋର୍ଟଙ୍କ ଆଶ୍ରୟ ନେଇଥିଲା। ପରେ ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା । ଧାରା ୩୭୭କୁ ଅପରାଧମୁକ୍ତ କରିବା ସପକ୍ଷରେ ୨୦୦୯ମସିହାରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରିଦେଇଥିଲେ । ଚଳିତ ବର୍ଷ ମେ ମାସରେ ଆଇଆଇଟିର ଏଲଜିବିଟି (ଲେସବିଆନ, ଗେ, ବାଇ-ସେକ୍ସୁଆଲ ଏବଂ ଟ୍ରାନ୍ସଜେଣ୍ଡର ) ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଆବେଦନ ହୋଇଥିଲା । କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ଜୁଲାଇ ୧୭ତାରିଖରେ ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ମାମଲାର ରାୟ ପ୍ରକାଶ ପାଇଛି ।

   Related Posts