oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ପଞ୍ଜାବ, ରାଜସ୍ଥାନରେ ବିବାଦ ନଥମୁଣୁ କର୍ଣ୍ଣାଟକରେ ପାର୍ଟି ଭିତରେ ଶୀତଳ ଯୁଦ୍ଧ ଆରମ୍ଭ, ବଢିଲା କଂଗ୍ରେସର ମୁସ୍କିଲ

22/06/2021 at 6:31 PM

ନୂଆଦିଲ୍ଲୀ ୨୨।୦୬: ରାଜସ୍ଥାନ ଓ  ପଞ୍ଜାବ ପରି ରାଜ୍ୟରେ ଅନ୍ତଃକନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ସାମ୍ନାରେ ଆଉ ଏକ ମୁସ୍କିଲ। ଏବେ କର୍ଣ୍ଣାଟକରେ ପାର୍ଟି ଭିତରେ ଆରମ୍ଭ ହୋଇଯାଇଛି ନାଟକ। ରାଜ୍ୟରେ କଂଗ୍ରେସ ବିରୋଧୀ ଦଳ ଭୂମିକାରେ ରହିଥିବା ବେଳେ ନିର୍ବାଚନକୁ ଆହୁରି ଦୁଇ ବର୍ଷ ବାକି  ରହିଛି। ହେଲେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ଏହାକୁ ନେଇ ଦଳରେ ଏବେଠୁ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ ସିଦ୍ଧରମୈୟାଙ୍କ ଗୋଷ୍ଠୀ ମଧ୍ୟରେ ଫାଟ ବଢୁଥିବା ଦେଖିବାକୁ ମିଳିଛି। କିଛି ବିଧାୟକ ଶିବକୁମାରଙ୍କ ପକ୍ଷରେ ତ ଆଉ କିଛି ସିଦ୍ଧରମୈୟାଙ୍କୁ ନିଜର ନେତା ମାନୁଛନ୍ତି।

ନିକଟରେ କର୍ଣ୍ଣାଟକର ଚମାରାଜପେଟ ଆସନରୁ ବିଧାୟକ ଜମିର ଅହମ୍ମଦ ଖାନ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଯୋଗ୍ୟ ପ୍ରାର୍ଥୀ ଦର୍ଶାଇଥିଲେ। ବିଧାୟକଙ୍କ ଏହି ବୟାନ ପରେ ଶିବକୁମାର କାହାର ନାମ ନନେଇ  ବିଧାୟକ ଓ ପାର୍ଟି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାକୁ ନେଇ କାହାରି ନାମ ପ୍ରୋଜେକ୍ଟ ନକରିବାକୁ ଉପଦେଶ ଦେଇଛନ୍ତି। ଶିବକୁମାର କହିଛନ୍ତି, ପାର୍ଟି ସାମୂହିକ ନେତୃତ୍ଵରେ ହିଁ ନିର୍ବାଚନ ମଇଦାନକୁ ଓହ୍ଲାଇବ। ସମସ୍ତ ନେତାଙ୍କୁ ପାର୍ଟିର ଅନୁଶାସନ ପାଳନ କରିବାକୁ ପଡିବ ବୋଲି ଚେତାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ନିଜ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜମିର ଅହମ୍ମଦ କହିଥିଲେ, ମୁଁ ସିଦ୍ଧରମୈୟାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ କହି ପାରିବି ନାହିଁ ବରଂ ସେ ଭବିଷ୍ୟତ ମୁଖ୍ୟମନ୍ତ୍ରୀ। ସେ ସିଧାସଳଖ ଇସାରା କରିଥିଲେ ଯେ, ସିଦ୍ଧରମୈୟା ହିଁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ହୁଅନ୍ତୁ। କେବଳ ଏତିକି ନୁହେଁ ସିଦ୍ଧରମୈୟାଙ୍କ ପାଇଁ ସେ ନିଜର ଆସନ ଛାଡିବାକୁ ପ୍ରସ୍ତୁତ ବୋଲି ଜମିର କହିଛନ୍ତି।

ଜମିର ଏହା ମଧ୍ୟ କହିଥିଲେ, ସିଦ୍ଧରମୈୟା ୭୦ ହଜାର ଭୋଟ୍‌ ବ୍ୟବଧାନରେ ଜିତନ୍ତୁ। ମାତ୍ର ଶିବକୁମାରଙ୍କ ବୟାନରୁ ସ୍ପଷ୍ଟ ହୋଇ ଯାଇଛି ଯେ, ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ଏହି ଧରଣର ବୟାନବାଜି ତାଙ୍କୁ ପସନ୍ଦ ନୁହେଁ। ସୂଚନାଯୋଗ୍ୟ, ଗୋଟିଏ ପଟେ କଂଗ୍ରେସ ରାଜସ୍ଥାନରେ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଉଚିତ୍ ସମନ୍ଵୟ ସ୍ଥାପନ ପାଇଁ ପ୍ରୟାସ ଚଳାଇଥିବା ବେଳେ ଅନ୍ୟପଟେ ପଞ୍ଜାବରେ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ କଳହ ଦାଣ୍ଡରେ ପଡି ହାଟରେ ଗଡିଲାଣି। ଏବେ ପୁଣି କର୍ଣ୍ଣାଟକରେ ଡିକେଶ ଶିବକୁମାର ଓ ସିଦ୍ଧରମୈୟାଙ୍କ ଗୋଷ୍ଠୀ ମଧ୍ୟରେ ଫାଟ୍ ସୃଷ୍ଟି ହେବା କଂଗ୍ରେସ ହାଇକମାଣ୍ଡକୁ ଚିନ୍ତାକୁ ଦ୍ଵିଗୁଣିତ କରିବ।

   Related Posts