LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗୃହ କାର୍ଯ୍ୟ ବେଳେ ଭିଡିଓ ରେକର୍ଡିଂ ଭାଇରାଲ୍ ଅଭିଯୋଗରେ କଂଗ୍ରେସ ସାଂସଦ ନିଲମ୍ବିତ; କହିଲେ- ଫାଶୀ ଦେଲା ଭଳି ଲାଗୁଛି

10/02/2023 at 10:00 PM

ନୂଆଦିଲ୍ଲୀ: ସଂସଦରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଛାଡ଼ିବା ଅଭିଯୋଗରେ କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କୁ ନିଲମ୍ବିତ କଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ଶୁକ୍ରବାର ତାଙ୍କୁ ବଜେଟ୍ ଅଧିବେଶନରୁ ନିଲମ୍ବିତ କରାଯାଇଛି।

ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରଜନୀ ପାଟିଲ୍। ସେ କହିଛନ୍ତି ଯେ ଏମିତି ଲାଗୁଛି ଯେମିତି ଫାଶୀ ଦଣ୍ଡ ମିଳିଛି। ସେ କହିଛନ୍ତି “ମୁଁ କିଛି କରି ନାହିଁ।  କିନ୍ତୁ ଏମିତି ଲାଗୁଛି ଯେମିତି ମୋତେ ଫାଶୀ ଦଣ୍ଡ ଦିଆଯାଇଛି। ମୁଁ ସ୍ୱାଧୀନତା  ସଂଗ୍ରାମୀଙ୍କ ପରିବାରରୁ ଆସିଛି। ମୋ ସଂସ୍କାର ଏମିତି ନୁହେଁ ଯେ ମୁଁ ଆଇନର ଉଲ୍ଲଂଘନ କରିବି।”

ଆମେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପିଚ୍‌କୁ ବାର ବାର ରୋକିବାକୁ ଚେଷ୍ଟା କରୁଥିଲୁ। ଏଥିପାଇଁ ମୋତେ ଦଣ୍ଡିତ କରାଯାଇଛି ବୋଲି ଶ୍ରୀମତି ପାଟିଲ୍ କହିଛନ୍ତି।    

ଏନେଇ ରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ଘଟଣାକୁ ଗମ୍ଭୀରତାର ସହ ନେଇଛି। ସଦନର ଗରିମା କାଏମ ରଖିବାକୁ ହେଲେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ସହ ପ୍ରମାଣର ଆବଶ୍ୟକତା ରହିଛି।

ଅଭିଯୋଗ ଅନୁସାରେ, ରାଷ୍ଟ୍ରପତିଙ୍କ ଭାଷଣ ପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ ବେଳେ ବିରୋଧୀଙ୍କ ହାଙ୍ଗାମା ଭିଡିଓ ରେକର୍ଡିଂ କରି ରଜନୀ ସୋସିଆଲ୍ ମିଡିଆରେ ଅପ୍‌ଲୋଡ କରିଥିଲେ। ଯାହା ସଂସଦର ଗରିମା କ୍ଷୁର୍ଣ୍ଣ କରିଥିଲା ବୋଲି ଅହିଯୋଗ କରି ତାଙ୍କୁ ବଜେଟ୍ ଅଧିବେସନରୁ ନିଲମ୍ବିତ କରାଯାଇଛି।   

ଏହି ଘଟଣାକୁ ନେଇ ରାଜ୍ୟସଭା ବାଚସ୍ପତି ଜଗଦୀପ ଧନକଡ଼ ଗୁରୁତ୍ୱାରୋପ କରିବା ସହ ଏହା ଏକ ବେଆଇନ କାର୍ଯ୍ୟ କହିବୋଲି ଦର୍ଶାଇଥିଲେ। ତେବେ ଏଭଳି ଘଟଣାର ତଦନ୍ତ ପାଇଁ ଏକ ବିଶେଷ ଅଧିକାର କମିଟ ଗଠନ ହେବ। କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ରଜନୀ ପାଟିଲ୍‌ଙ୍କୁ ନିଲମ୍ବିତ କରାଯାଉଛି ବୋଲି ଧନକଡ଼ କହିଥିଲେ।  

   Related Posts