Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଶ୍ଚିମବଙ୍ଗରେ ଗୋଟିଏ ମାତ୍ର କଂଗ୍ରେସ ବିଧାୟକ ଥିଲେ, ସେ ବି ଟିଏମ୍‌ସିର ମିଶିଗଲେ, କଂଗ୍ରେସ ଶୂନ୍ୟ ହେଲା ବେଙ୍ଗଲ୍

29/05/2023 at 4:35 PM

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ସଫା ହୋଇଗଲା। ରାଜ୍ୟରେ ଦଳର ଗୋଟିଏ ମାତ୍ର ବିଧାୟକ ଥିଲେ ବାୟରନ ବିଶ୍ୱାସ୍। ସେ ବି ଆଜି(ମେ ୨୯) ଟିଏମ୍‌ସିରେ ମିଶିଗଲେ। ନିକଟରେ ହୋଇଥିବା ସାଗରଦିଘି ଉପନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଲୋକ ଭୋଟ୍ ଦେଇ ତାଙ୍କୁ ବିପୁଳ ବିଜୟ ଦେଇଥିଲେ। ହେଲେ ବାୟରୋନ କଂଗ୍ରେସ ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଛନ୍ତି। ଫଳରେ ରାଜ୍ୟରେ କଂଗ୍ରେସ ସମ୍ପୂର୍ଣ୍ଣ ସଫା ହୋଇଯାଇଛି।

ବାୟରନଙ୍କ ଟିଏମ୍‌ସିରେ ଯୋଗ ଦେବା ପରେ ତାଙ୍କୁ ସ୍ୱାଗତ କରିଛନ୍ତି ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ। ବିଜେପିକୁ ଟିଏମ୍‌ସି ହିଁ କେବଳ ଟକ୍କର ଦେଇପାରି ବୋଲି ବିଶ୍ୱାସ ରଖି ବାୟରନ ଟିଏମ୍‌ସିରେ ସାମିଲ୍ ହୋଇଛନ୍ତି ବୋଲି ଅଭିଷେକ କହିଛନ୍ତି।

West Bengal's Lone Congress MLA Joins Trinamool

ପଢ଼ନ୍ତୁ- ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋର ବଡ଼ ଘୋଷଣା, କହିଲା-ନୂଆ ସଫଳତା ପାଇଁ ପ୍ରସ୍ତୁତ

ନିକଟରେ ସାଗରଦିଘି ନିର୍ବଚାନରେ ମଣ୍ଡଳୀରେ ହୋଇଥିବା ଉପନିର୍ବାଚନରେ ବାୟରୋନ ବିଶ୍ୱାସ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ିଥିଲେ। ସେ ଟିଏମ୍‌ସି ପ୍ରାର୍ଥୀ ଦେବାଶିଷ ବାନାର୍ଜୀଙ୍କୁ ୨୨ ହଜାର ଭୋଟ୍‌ରେ ହରାଇଥିଲେ। ଏହାପରେ କଂଗ୍ରେସ ଓ ଟିଏମ୍‌ସି ମଧ୍ୟରେ ସମ୍ପର୍କ ଆହୁରି ବଗିଡ଼ିଯାଇଥିଲା। କଂଗ୍ରେସ ଜାଣି ଜାଣି ବିଜେପି ସହ ମିଶି ଭୋଟ୍‌ ଜିତିଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଥିଲେ।

Congress Reduced To Zero In Bengal Assembly As Only MLA Switches To TMC Just  Three Months After Bypoll

ମମତାଙ୍କ ଅଭିଯୋଗ ପରେ କଂଗ୍ରେସ ଓ ଟିଏମ୍‌ସି ମଧ୍ୟରେ ତୁ ତୁ ମେ ମଁ ହୋଇଥିଲା। ଏସବୁ ବିତରେ ବିଜେପି କିନ୍ତୁ ମଜା ମାରିଥିଲା। କିନ୍ତୁ ଯେଉଁ ବିଧାୟକଙ୍କ ପାଇଁ ଏତେ ହଙ୍ଗାମା ହୋଇଥିଲା ଶେଷରେ ସେ ହିଁ ଟିଏମ୍‌ସିରେ ମିଶିଯାଇଛନ୍ତି। ତେବେ କେଉଁ କାରଣ ପାଇଁ ସେ ଟିଏମ୍‌ସିର ମିଶିଲେ ସେ ନେଇ ବାୟରନଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।    

   Related Posts