ଝାଡ଼ଖଣ୍ଡରେ କଂଗ୍ରେସକୁ ଶକ୍ତ ଝଟ୍‌କା; ବିଜେପିରେ ସାମିଲ ହେଲେ ସାଂସଦ ଗୀତା କୋଡ଼ା

Published By : Prameya-News7 Bureau | February 26, 2024 IST

ରାଞ୍ଚି: ଝାଡ଼ଖଣ୍ଡରେ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ଦଳର ସାଂସଦ  ଗୀତା କୋଡ଼ା ସୋମବାର ବିଜେପିରେ ସାମିଲ୍ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କର ପତ୍ନୀ ଗୀତା ଆଜି କଂଗ୍ରେସରୁ ଇସ୍ତପା ଦେଇଥିଲେ।

ରାଜ୍ୟ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ହୋଇଥିଲା। ବାବୁଲାଲ୍‌ ଗୀତାଙ୍କୁ ବିଜେପି ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ।

ସୂଚନା ଥାଉକି ୨୦୧୯ ଲୋକସଭା ଆସନରେ ବିଜେପି ଓ ଏହାର ମେଣ୍ଟ ଦଳକୁ ମୋଟ ୧୪ ଆସନରୁ ୧୨ଟିରେ ଜିତ୍ ମିଳିଥିଲା। ଏତିରେ ଗୀତା କୋଡ଼ା କିନ୍ତୁ ସିଂଘଭୂମି ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.