scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛତିଶଗଡ଼ରେ କଂଗ୍ରେସର ମହିଳାଙ୍କ ପାଇଁ ଦୀପାବଳି ଉପହାର, କ୍ଷମତାକୁ ଫେରିଲେ…

12/11/2023 at 4:25 PM

ରାୟପୁର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୦ ସିଟ୍‌ ପାଇଁ ଭୋଟିଂ ହୋଇସାରିଛି । ଦ୍ବିତୀୟ ପର୍ଯ୍ୟାୟରେ ୭୦ ସିଟ୍‌ରେ ଭୋଟିଂ ଏବେବି ବାକି ରହିଛି। ଏମିତିରେ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମହିଳା ଭୋଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜ୍ୟର ମହିଳାଙ୍କୁ ଦୀପାବଳୀରେ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏକ ଟ୍ବିଟ୍‌ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ଯେ, ‘‘ଆଜି ଦୀପାବଳିର ଶୁଭ ଅବସରରେ ମା ଲକ୍ଷ୍ମୀଙ୍କ କୃପା ଏବଂ ଛତିଶଗଡ଼ ମହତାରୀଙ୍କ ଆଶୀର୍ବାଦରେ ରାଜ୍ୟରେ ନାରୀଶକ୍ତି ପାଇଁ ଏକ ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି।’’

ଆହୁରି ପଢ଼ନ୍ତୁ: ଛତିଶଗଡ଼ ନିର୍ବାଚନ: ନକ୍ସଲଙ୍କ ଗଡ଼ରେ ଜିତିଲା ଗଣତନ୍ତ୍ର, ୨୦ ଆସନରେ ୭୦%ରୁ ଅଧିକ ଭୋଟିଂ

ଏହି ଟ୍ବିଟ୍‌ରେ ସେ ରାଜ୍ୟର ମହିଳାଙ୍କୁ ଛତିଶଗଡ଼ ‘ଗୃହ ଲକ୍ଷ୍ମୀ ଯୋଜନା’ ଅନୁଯାୟୀ, ପ୍ରତିବର୍ଷ ୧୫ ହଜାର ଟଙ୍କାର ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପଠାଯିବା ନେଇ ଘୋଷଣା କରିଛନ୍ତି।

   Related Posts