୧୦୦ ଦିନରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା, ସଫଳତାକୁ ନେଇ ଉତ୍ସାହିତ କଂଗ୍ରେସ
16/12/2022 at 9:54 AM

ନୂଆଦିଲ୍ଳୀ, ୧୬/୧୨: ଜନତାଙ୍କ ସମର୍ଥନ ପାଇବାକୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ୧୦୦ ଦିନରେ ପହଞ୍ଚିଛି। ୩୫୭୦ କିମି ଅତିକ୍ରମ ଲକ୍ଷ ରଖିଥବା ଭାରତ ଯେଡ଼ୋ ଯାତ୍ରା ୭ ସେପ୍ଟେମ୍ବରରେ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାକୁ ନେଇ ଅନେକ ସମାଲୋଚନା ମଧ୍ୟ ହୋଇଛି।
ଆଉ ଆଜି ୧୬ ଡିସେମ୍ବରରେ ଭାରତ ଯୋଡ଼ୋ ରାଲି ୧୦୦ ଦିନରେ ପହଞ୍ଚିଛି । ଏହି ୧୦୦ ଦିନର ସଫଳତା କଂଗ୍ରେସ ପାଇଁ ଉତ୍ସାହ ଆଣିଛି। ୧୦୦ ଦିନରେ ୮ ରାଜ୍ୟ ୪୨ ଜିଲ୍ଳା ୨୮୦୦ କିମି ଅତିକ୍ରମ କରିଛି ଏହି ଯାତ୍ରା। ଏହି ଯାତ୍ରାରେ ଲେଖକ, ଅଭିନେତା, ଅର୍ଥନୀତିଜ୍ଞ, ସମାଜସେବୀ ମଧ୍ୟ ଯୋଗଦେଇଥିଲେ।
କଂଗ୍ରେସ ପୂର୍ବତନ ନେତା ସଞ୍ଜୟ ଝା କହିଛନ୍ତି ଯେ ଭାରତ ଯୋଡ଼ୋ ଯାତ୍ରା ପାର୍ଟୀ ପାଇଁ ଗେମ ଚେଞ୍ଜର ହୋଇପାରେ। ସେ କହିଛନ୍ତି ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କ ରାଜନୀତିକ ନାମକୁ ଫେରାଇ ଆଣିଛି। ଦ୍ବିତୀୟରେ କଂଗ୍ରେସ ଏହି ଆନ୍ଦୋଳନ ଜରିଆରେ ଜନତାଙ୍କ ସହ ସିଧା ସଳଖ ଯୋଡ଼ି ହୋଇପାରିଛି।
ସୂଚନାଯୋଗ୍ୟ, ଭାରତ ଯୋଡ଼ୋ ଯାତ୍ରା ୨୪ ଡିସେମ୍ବରରେ ଦିଲ୍ଳୀରେ ପହଞ୍ଚିବ ଏହାପରେ ପ୍ରାୟ ୮ ଦିନ ବିଶ୍ରାମ ପରେ ଉତ୍ତର ପ୍ରଦେଶ, ହରିୟାଣା ଏବଂ ପଞ୍ଜାବ ଦେଇ ଜମ୍ମୁ-କାଶ୍ମୀରରେ ସମାପ୍ତ ହେବ।