ରାଜସ୍ଥାନ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ଅଜୟ ମାକେନ, ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଥିଲେ ଅସନ୍ତୋଷ

Published By : Prameya-News7 Bureau | November 16, 2022 IST

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ କନ୍ଦଳ ଥମିବାର ନାଁ ଧରୁନାହିଁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲଙ୍କ ମଧ୍ୟରେ କ୍ଷମତା ପାଇଁ ଲଢେଇ ଚାଲିଛି । ଏହାରି ଭିତରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ସୂତ୍ର ଅନୁସାରେ, ଗତ ସେପ୍ଟେମ୍ୱର ମାସରୁ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମାକୁ ନେଇ ଅସନ୍ତୁଷ୍ଟ ଥିଲେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ପାଇଁ ନିଜ ପଦ ଛାଡିବାକୁ ଶେଷ ମୁହୂର୍ତ୍ତରେ ମନା କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରାର୍ଥୀ ହୋଇଥାନ୍ତେ । କିନ୍ତୁ ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛଡିବାକୁ ପଡିଥାନ୍ତା । ଏସଆଇସିସି ମଧ୍ୟ ସମସ୍ତ ପ୍ରସ୍ତୁତି କରିଥିଲା । ହେଲେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ହେବାକୁ ଥିବା ବୈଠକ ପୂର୍ବରୁ କଂଗ୍ରେସ ବିଧାୟକମାନେ ଏହାକୁ ବିରୋଧ କରିଥିଲେ । ଅଶୋକ ଗେହଲଟଙ୍କ ସମର୍ଥନରେ ଥିବା ୯୦ ବିଧାୟକ ବୈଠକରେ ସାମିଲ ହେବାକୁ ମନା କରିଥିଲେ । ଏପରିକି ବାଚସ୍ପତିଙ୍କୁ ନିଜ ଇସ୍ତଫା ଦେବା ପାଇଁ ମଧ୍ୟ ବାହାରିଥିଲେ ।

ଏହି ଘଟଣାରେ ସମ୍ପୃକ୍ତ ବିଧାୟକଙ୍କ ଉପରେ ଦଳର ଶୀର୍ଷ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରଭାରୀ ଅଜୟ ମାକେନ ଆଶା କରିଥିଲେ । କିନ୍ତୁ ଏପରି କିଛି ହେଲା ନାହିଁ । ଏହି ଘଟଣା ତାଙ୍କୁ ପ୍ରଭାରୀ ପଦ ଛାଡିବାକୁ ବାଧ୍ୟ କରିଥିବା ସୂତ୍ରରୁ ଜଣାପଡିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.