oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ମମତାଙ୍କ ପ୍ରସ୍ତାବରେ କଂଗ୍ରେସ ଖୁସ୍, କହିଲା- ବିଜେପିକୁ ହରାଇବା ପାଇଁ ଏହା ଜରୁରୀ

1/04/2022 at 4:26 PM

ନୂଆଦିଲ୍ଲୀ ୦୧।୦୪: ୨୦୨୪ରେ  ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ୨୦୨୨ରେ ପାଞ୍ଚ ରାଜ୍ୟର ନିର୍ବାଚନକୁ ସେମି ଫାଇନାଲ୍ ଭାବେ ବିବେଚନା କରାଯାଉଥିଲା। ଏଥିରେ ବିଜେପି ୪ ରାଜ୍ୟରେ ନିର୍ବାଚନ ଜିତି ସରକାର ଗଢିଛି। ତେଣୁ ବିରୋଧୀ ଦଳ ୨୦୨୪ରେ କେମିତି ବିଜେପିକୁ ମାତ୍ ଦେବେ ସେ ନେଇ ମାନସ ମନ୍ଥନ ଚଳାଇଛନ୍ତି। ତେବେ ବିରୋଧୀକୁ ଏକଜୁଟ୍ ରହିବା ଦରକାର ବୋଲି କହିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ।

ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା। ବିଜେପି ବିରୋଧରେ ସମସ୍ତ ବିରୋଧୀ ଦଳ ଏକଜୁଟ୍  ହେବା ଦରକାର ବୋଲି ଟିଏମସି ପ୍ରସ୍ତାବ ଦେଇଛି। ତେବେ କଂଗ୍ରେସ କହିଛି ଯେ, ଭବିଷ୍ୟତରେ ଏମିତି ଉଦ୍ୟମରେ କଂଗ୍ରେସକୁ କେନ୍ଦ୍ରରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବାକୁ ପଡିବ।

ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ନିମନ୍ତ୍ରଣକୁ ସ୍ଵାଗତ କରି କଂଗ୍ରେସର ବରିଷ୍ଠ ନେତା ସଙ୍କେତ ଦେଇଛନ୍ତି ଯେ, କେବେ ବି ଏମିତି ମଞ୍ଚ ହେଲେ ସେଥିରେ କଂଗ୍ରେସ କେନ୍ଦ୍ରୀୟ ଭୂମିକା ନିର୍ବାହ କରିବ। କଂଗ୍ରେସ ନେତାଙ୍କୁ କହିବା କଥା ୧୩୭ ବର୍ଷର ପୁରୁଣା ଦଳ ମଧ୍ୟରେ ଛୋଟ ମୋଟ ମତଭେଦକୁ ଭୁଲି ଯିବା ଉଚିତ୍। କାରଣ ବିଜେପି ପରି ଶକ୍ତିକୁ ହରାଇବା ପାଇଁ ଏକଜୁଟ୍ ହେବା ଅତି ଆବଶ୍ୟକ।

ରାଜ୍ୟସଭାରେ  କଂଗ୍ରେସର ଉପନେତା ଆନନ୍ଦ ଶର୍ମା କହିଛନ୍ତି, ବିରୋଧୀ ଦଳଙ୍କର ଏକତା କଂଗ୍ରେସ ପାଇଁ ମଧ୍ୟ ଜରୁରୀ। କାରଣ ଅତୀତରେ କଂଗ୍ରେସ ମଧ୍ୟ ବିରୋଧୀ ଦଳଗୁଡିକୁ ଗୋଟିଏ ମଞ୍ଚରେ ଆଣିବାକୁ ଉଦ୍ୟମ କରିଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ୧୯.୫୫ ପ୍ରତିଶତ ଭୋଟ୍ ମିଳିଥିଲା। ଯାହା ଆଞ୍ଚଳିକ ଦଳଗୁଡିକ ତୂଳନାରେ ଯଥେଷ୍ଟ ଅଧିକ।

ଏହି ନିର୍ବାଚନରେ କୌଣସ ବି ଆଞ୍ଚଳିକ ଦଳକୁ ଜାତୀୟସ୍ତରରେ ୫ ପ୍ରତିଶତ ଭୋଟ୍ ମିଳିନଥିଲା। ଏହା ପୂର୍ବରୁ ୨୦୧୪ରେ କଂଗ୍ରେସକୁ ୧୯.୩୧ ପ୍ରତିଶତ ଭୋଟ୍ ମିଳିଥିଲା ଯାହା ୨୦୧୯ ଲୋକସଭା ସମୟରେ କିଛିଟା ବୃଦ୍ଧି ଘଟିଛି। ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଝାଡଖଣ୍ଡ, ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଦଳ ମେଣ୍ଟ ସରକାରରେ ରହିଛି।

   Related Posts