ଚେନ୍ନାଇ ୨୫।୦୯: ବୈଠକରେ ତୁମୁଳକାଣ୍ଡ। ଜୋରଦାର ହଙ୍ଗାମା। ଏପରିକି ପରସ୍ପର ଉପରକୁ ହେଲା ଚୌକିମାଡ। ଆପଣ ଭାବୁଥିବେ ଏମିତି ଘଟଣା ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ହୋଇଥିବ। ନା ଆଜ୍ଞା ଏମିତି ଜବରଦସ୍ତ ହଙ୍ଗାମା ଏବଂ ଅପ୍ରୀତିକର ଘଟଣା କଂଗ୍ରେସ ବୈଠକରେ ହୋଇଛି। ଆଉ କଂଗ୍ରେସ କାର୍ଯ୍ୟକର୍ତ୍ତା ପରସ୍ପରକୁ ଚୌକିରେ ପିଟିବାକୁ ପଛେଇ ନାହାନ୍ତି। ସବୁଠୁ ବଡ କଥା ଏହି ବୈଠକରେ କଂଗ୍ରେସ ସାଂସଦ କୀର୍ତ୍ତି ଚିଦାମ୍ବରମ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସାମ୍ନାରେ ହିଁ କଂଗ୍ରେସ କାର୍ଯ୍ୟକର୍ତ୍ତା ପରସ୍ପର ମଧ୍ୟରେ ହାତାହାତି ହୋଇଥିଲେ।
wp:html/wp:html#WATCH | Tamil Nadu: In a meeting called by the Congress Sivaganga district unit to discuss the upcoming local body polls, party cadres of two factions hurled chairs in the presence of MP Karti Chidambaram.
— ANI (@ANI) September 25, 2021
Police officials later cleared everyone from the site. pic.twitter.com/8MLnLOl8Uu
ସୂଚନା ଅନୁଯାୟୀ, ଏହି ବୈଠକ ଶିବଗଙ୍ଗା ଜିଲ୍ଲା କଂଗ୍ରେସ ୟୁନିଟ୍ ପକ୍ଷରୁ ଡକାଯାଇଥିଲା। ବୈଠକ ଆୟୋଜିତ ହେବାର ଉଦ୍ଦେଶ୍ୟ ଆଗାମୀ ସ୍ଥାନୀୟ ନିର୍ବାଚନକୁ ନେଇ ଆଲୋଚନା କରିବାର ଥିଲା। ବୈଠକରେ ପାର୍ଟିର ଦୁଇ ଗୋଷ୍ଠୀର ଲୋକ ପହଞ୍ଚିଥିଲେ। ହେଲେ ବୈଠକ ଆରମ୍ଭ ହେବା ସହ ବିବାଦ ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଉଭୟ ଗୋଷ୍ଠୀର କାର୍ଯ୍ୟକର୍ତ୍ତାଙ୍କ ଯୁକ୍ତିତର୍କ ମାରପିଟ୍ ପର୍ଯ୍ୟନ୍ତ ଚାଲିଗଲା ଏବଂ ପରସ୍ପର ଉପରକୁ ଚୌକି ଫିଙ୍ଗିଲେ କାର୍ଯ୍ୟକର୍ତ୍ତା।
ଏହି ଘଟଣାର ସୂଚନା ମିଳିବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ହଟାଇଥିଲା। କାର୍ଯ୍ୟକର୍ତ୍ତା ସାଂସଦ କୀର୍ତ୍ତି ଚିଦାମ୍ବରମଙ୍କ କଥା ନଶୁଣି ପରସ୍ପର ଝଗଡାରେ ଲିପ୍ତ ରହିଥିଲେ।