Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବର୍ଣ୍ଣବୈଷମ୍ୟକୁ ନେଇ ଭାରତୀୟ ମହିଳାଙ୍କୁ ଟିପ୍ପଣୀ କରାଯିବା ଘଟଣା, କଠୋର ଦଣ୍ଡ ଦାବି କଲେ ଆମେରିକୀୟ ସାଂସଦ

29/08/2022 at 4:57 PM

ନୂଆଦିଲ୍ଲୀ: ଟେକ୍ସାସରେ ଚାରି ଜଣ ଭାରତୀୟ ମହିଳାଙ୍କୁ ବର୍ଣ୍ଣବୈଷମ୍ୟ ଆଧାରରେ ଟିପ୍ପଣୀ କରିବା ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଆମେରିକାର ସାଂସଦ। ଆମେରିକା କଂଗ୍ରେସର ସାଂସଦ ତଥା ଭାରତୀୟ ବଂଶୋଦ୍ଭବ ରାଜା କୃଷ୍ଣାମୂର୍ତ୍ତି ଏହି ଦାବି କରିଛନ୍ତି । ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଡା ମାମଲା କରାଯିବା ଦରକାର, ଫଳରେ ଅଭିଯୁକ୍ତଙ୍କୁ ଉଚିତ ଶାସ୍ତି ମିଳିପାରିବ ବୋଲି ସେ କହିଛନ୍ତି ।

ରାଜା କୃଷ୍ଣାମୂର୍ତ୍ତି କହିଛନ୍ତି, ଏହି ପରି ବର୍ଣ୍ଣବୈଷ୍ଣମ୍ୟ ଏବଂ ଘୃଣାରେ ପ୍ରେରିତ ଆକ୍ରମଣ କେବଳ ପୀଡିତ ନୁହେଁ ବରଂ ପୂରା ସମୁଦାୟକୁ ଶିକାର କରିଥାଏ। ଫଳରେ ଭୟ ଏବଂ ବିପଦର ପରିବେଶ ସୃଷ୍ଟି ହୁଏ। ସେ କହିଛନ୍ତି, ମୁଁ ସବୁ ଆମେରିକାବାସୀଙ୍କୁ ଅପିଲ କରୁଛି ଯେ ସମସ୍ତେ ଏକାଠି ହୋଇ ଆମ ଦେଶ ଏବଂ ଆମର ଲୋକେ ଏମାନଙ୍କ ଭଲ ବୋଲି ପ୍ରମାଣିତ କରିବା। ସେ କହିଛନ୍ତି, ଆମେ ଭଲ ପାଇବା ଏବଂ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଏକଜୁଟ ଅଛୁ ଏବଂ କୌଣସି ସମୁଦାୟ ବିରୋଧରେ ବର୍ଣ୍ଣବୈଷମ୍ୟ, ଭେଦଭାବ, ହିଂସାକୁ ନନ୍ଦା କରୁଛୁ।

ଗତ ଶୁକ୍ରବାର ଆମେରିକାର ଟେକ୍ସାସର ଡଲାସର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ମେକ୍ସିକାନ-ଆମେରିକୀୟ ମହିଳା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଗାଳି ଦେଇଥିଲେ ଏବଂ ତାଙ୍କୁ ଭାରତ ଫେରିଯିବାକୁ କହିଥିଲେ। ଅଭିଯୁକ୍ତ ମହିଳା ଗାଳି ଦେବା ସହ ଆଇ ହେଟ୍ ୟୁ ଇଣ୍ଡିଆନ, ଗୋ ବ୍ୟାକ ନାରା ଦେଇଥିଲେ। ଏହାସହ ଆକ୍ରମଣ ଉଦ୍ୟମ କରିଥିଲେ।

   Related Posts